ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଇସ୍ତଫା

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଇସ୍ତଫା

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଇସ୍ତଫା

ଭୁବନେଶ୍ୱର : ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାର ଝଲକ ଦେଖିବାକୁ ମିଳିଛି  । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି  । ସେ ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଜାଣିବାକୁ ମିଳିଛି  । ସମ୍ଭବତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର ଥିବାରୁ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଇଛନ୍ତି  ।

ଅପରପକ୍ଷରେ କେତେକ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ମଧ୍ୟ ଫୋନ ଯାଇଥିବା ଜଣାପଡ଼ିଛି  । ଏହି ଖବର ଏବେ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ହେଉଛି  । ଖୁବଶୀଘ୍ର କେତେକ ମନ୍ତ୍ରୀ ମଧ୍ୟ ଆଜି ଇସ୍ତଫା ଦେବେ  ।

ତେବେ ବାଚସ୍ପତି କାହିଁକି ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନାହିଁ  । ପୂର୍ବରୁ ସେ ଶାରୀରିକ ଭାବେ ଅସୁସ୍ଥ ଥିଲେ  । ତେବେ ଅସୁସ୍ଥତା ପାଇଁ ନା ୁଉପରୁ ନିଦେ୍ର୍ଧଶ ପାଇ ଏଭଳି ନିଷ୍ପତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ  । ନିକଟରେ ବାଚସ୍ପତିଙ୍କର ଆଖି ଅପରେସନ ହୋଇଥିଲା  ।