ସେରୋ ସର୍ଭେ ଆରମ୍ଭ, ୧୨ ଜିଲ୍ଲାରେ ସଂଗ୍ରହ ହେବ ୬୬୮୦ ନମୁନା

ସେରୋ ସର୍ଭେ ଆରମ୍ଭ, ୧୨ ଜିଲ୍ଲାରେ ସଂଗ୍ରହ ହେବ ୬୬୮୦ ନମୁନା

ସେରୋ ସର୍ଭେ ଆରମ୍ଭ, ୧୨ ଜିଲ୍ଲାରେ ସଂଗ୍ରହ ହେବ ୬୬୮୦ ନମୁନା

ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଲାରେ ରାଜ୍ୟସ୍ତରୀୟ ସେରୋ ସର୍ଭେ ଆରମ୍ଭ ହୋଇଛି। ଆରଏମଆରସି ଏହି ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରିବ । ତେଣୁ ଏସବୁ ଜିଲ୍ଲାଗୁଡ଼ିକରେ ନମୁନା ସଂଗ୍ରହ ସମୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଚିଠି ଜାରି ହୋଇଛି । ଏହି ସେରୋ ସର୍ଭେରେ ସାଧାରଣ ଲୋକଙ୍କଠାରୁ ସମୁଦାୟ ୬୬୮୦ ନମୁନା ଓ ପ୍ରତି ଜିଲ୍ଲାରୁ ଶହେ ଲେଖାଏ ସ୍ୱାସ୍ଥ୍ୟକର୍ମୀଙ୍କ ନମୁନା ସଂଗ୍ରହ କରାଯିବ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସାମିଲ ରହିଛି । ସେପ୍େଟମ୍ବର ୧୫ ତାରିଖ ପର୍ୟ୍ୟନ୍ତ ନମୁନା ସଂଗ୍ରହ କାର୍ୟ୍ୟ ଜାରି ରହିବ । ନମୁନା ସଂଗ୍ରହ ପାଇଁ ଆରଏମଆରସି ପକ୍ଷରୁ ଆବଶ୍ୟକ ମାନବ ସମ୍ବଳ ଓ ଲଜିଷ୍ଟିକ ବ୍ୟବସ୍ଥା କରାଯାଇଛି । ତେବେ ନମୁନା ସଂଗ୍ରହ ସୁରୁଖୁରୁରେ ହେବା ଲାଗି ଏସବୁ ଜିଲ୍ଲାରେ ଜଣେ ନୋଡାଲ ଅଧିକାରୀଙ୍କୁ ଚିହ୍ନଟ କରିବା ଲାଗି କୁହାଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ସମସ୍ତ ତଥ୍ୟ ଜିଲ୍ଲାପାଳମାନେ ଆରଏମଆରସି ନିର୍ଦେଶିକାଙ୍କୁ ପଠାଇବେ । କରୋନାର ଦ୍ୱିତୀୟ ଲହର ସମୟରେ ଲୋକମାନଙ୍କ ମଧ୍ୟରେ କେତେକ ପରିମାଣରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜାଣିବା ଲାଗି ରାଜ୍ୟମାନଙ୍କୁ ସେରୋ ସର୍ଭେ କରିବା ଲାଗି କେନ୍ଦ୍ର ସରକାର କହିଥିଲେ ।