ହାଇ ବଜେଟର RRR, ଏନଟିଆର ନେଲେ କେତେ

ହାଇ ବଜେଟର RRR, ଏନଟିଆର ନେଲେ କେତେ

ହାଇ ବଜେଟର RRR, ଏନଟିଆର ନେଲେ କେତେ

ମୁମ୍ବାଇ :  ସାରା ଦେଶରେ ଆରଆରଆର ସିନେମା କରିଛି ହଇଚଇ। ପ୍ରାୟ ୪୦୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ସିନେମା ଏବେ ସିନେ ବଜାରରେ କମାଲ ବ୍ୟବସାୟ କରିଛି  । ଇତିମଧ୍ୟରେ ଏହି ସିନେମା ପାଖପାଖି ୩୦୦ କୋଟି ଟଙ୍କା ବ୍ୟବସାୟ କରିସାରିଥିବାବେଳେ ୫୦୦ କୋଟି ଟଙ୍କା କପି ରାଇଟରୁ ପାଇଥିବା ଜଣାପଡ଼ିଛି  ।

ତେବେ ସେ ଯାହାହେଉନା କାହିଁକି ଏହି ସିନେମାର ଲିଡ଼ ରୋଲରେ ରହିଛନ୍ତି ଜୁନିଅର ଏନଟିଆର ଓ ରାମଚରଣ  । ସିନେମାରେ ଅଭିନୟ ପାଇଁ ଏହି ଦୁଇ ଅଭିନେତା ୪୫ କୋଟି ଲେଖାଏଁ ନେଇଥିବା ଜଣାପଡ଼ିଛି  । ଏମିତିକି ଅଳ୍ପ ସମୟ ପାଇଁ ସିନେମାରେ ଅଭିନୟ କରିଥିବା ଅଜୟ ଦେବଗନ ମଧ୍ୟ ୨୫ କୋଟି ଟଙ୍କା ନେଇଥିବା ସିନେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି  । ଆଲିଆ ଭଟ୍ଟ ବି ସ୍ୱଳ୍ପ ଅଭିନୟ ପାଇଁ ୯ କୋଟି ଟଙ୍କା ନେଇଥିବାବେଳେ ଏହାର ଚର୍ଚ୍ଚିତ ନିର୍ଦ୍ଦେଶକ ଏସଏସ ରାଜାମୌଲୀ ୩୦ କୋଟି ନେବା ସହ ଲାଭର ୩୦% ଡିମାଣ୍ଡ କରିଥିଲେ  ।

ରାଜମୌଲୀଙ୍କ ବାହୁବଳୀ ପରେ ଏହା ଏବେ ରେକଡର଼୍ ସୃଷ୍ଟି କରିଛି  । ବାହୁବଳୀ କନକ୍ଲୁଜନର ବଜେଟ ୨୫୦ କୋଟି ଟଙ୍କା ରହିଥିଲା । ଯେତେବେଳେକି ସେହି ସିନେମା ପାଇଁ ରାଜମୌଲୀ ୨୮ କୋଟି ଟଙ୍କା ନେଇଥିବାବେଳେ ପ୍ରଭାସ ୨୫ କୋଟି ଔ ରାନା ଦୁଗୁବତୀ ୧୫ କୋଟି ଟଙ୍କା ନେଇଥିଲେ  ।