ହୀରାକୁଦରେ ଖୋଲିଲା ୫ଟି ଗେଟ୍

ହୀରାକୁଦରେ ଖୋଲିଲା ୫ଟି ଗେଟ୍

ହୀରାକୁଦରେ ଖୋଲିଲା ୫ଟି ଗେଟ୍

ସମ୍ବଲପୁର: ମହାନଦୀରେ ଛଡ଼ାଯାଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଗତ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଉପରମୁଣ୍ଡରୁ ପ୍ରବଳ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଛି। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଦେଇ ମହାନଦୀର ତଳିଆ ଅଞ୍ଚଳକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ହୀରାକୁଦରେ ଆଜି ମୋଟ୍ ୫ଟି ଗେଟ୍ ଖୋଲାଯାଇଛି। ସେଥିମଧ୍ୟରୁ ବାମ ପାର୍ଶ୍ବରେ ୩ଟି ଓ ଡାହାଣ ପାର୍ଶ୍ବରେ ୨ଟି ଗୋଟ୍ ଖୋଲାଯିବାକୁ ନିର୍ଦେଶ ରହିଛି। ଲଗାତାର ଜାରି ରହିଥିବା ବର୍ଷାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଜଳଭଣ୍ଡାରର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଏବଂ ବନ୍ୟା ନିୟନ୍ତ୍ରଣ କରିବାକୁ ଯାଇ ଏପରି କରାଯାଇଛି। ସୂଚନାଯୋଗ୍ୟ ଯେ ଦେଶରେ ଅନ୍ୟ ଅଞ୍ଚଳରେ ମୌସୁମୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।