ହୀରାକୁଦରେ ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ

ହୀରାକୁଦରେ ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ

ହୀରାକୁଦରେ ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ  । ପ୍ରଥମ ପର୍ୟ୍ୟାୟରେ ୫ଟି ଗେଟ୍ ଖୋଲିବାକୁ ନିର୍ଦେଶ ଦିଆଯାଇଛି। ପ୍ରଥମେ ପୂଜାପାଠ କରାଯାଇ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା   । ଏହା ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି  ।

ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି   । ଆଜି ଡ୍ୟାମର ଜଳପତନ ୬୧୩.୦୮ ଫୁଟ୍ ରହିଛି  । ତେବେ ଡ୍ୟାମ୍ ଭିତରକୁ ୧ ଲକ୍ଷ ୩୫ ହଜାର ୧୪୧ କୁ୍ୟସେକ୍ ପାଣି ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କୁ୍ୟସେକ୍ ପାଣି ନିଷ୍କାସନ କରାଯାଉଛି  । ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି  ।ଏହାକୁ ନଜରରେ ରଖି ଆଜି ଗେଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇିଲା  ।