ହେଲମେଟ ସମ୍ପର୍କରେ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ

ହେଲମେଟ ସମ୍ପର୍କରେ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ

ହେଲମେଟ ସମ୍ପର୍କରେ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଦୁର୍ଘଟଣା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ବିଶେଷ କରି ହେଲମେଟ୍ ପିନ୍ଧି ନଥିବା କିମ୍ବା ନିମ୍ନମାନର ହେଲମେଟ ପିନ୍ଧିଥିବା ଚାଳକମାନଙ୍କ ପାଇଁ ଆହତ ଜନିତ ସମସ୍ୟା ବଢ଼ି ଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇଚକିଆ ଚାଳକଙ୍କ ପାଇଁ କେବଳ ଭାରତରେ ନିର୍ମିତ ହେଉଥିବା ବିଆଇଏସ ମାର୍କା ହେଲମେଟ୍ର ନିର୍ମାଣ ଓ ବିକି୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଦେଶରେ ଦୁଇ ଚକିଆ ଯାଜନର ଚାଳକମାନେ ନିମ୍ନମାନର ହେଲମେଟ୍ ପିନ୍ଧିବାକୁ ଏଡାଇ ଦିଆଯାଇପାରିବ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗତ ୨୬ ତାରିଖରେ ଏ ନେଇ ନିଦେ୍ର୍ଧଶନାମା ଜାରି ହୋଇଛି । ଏହି ନିଷ୍ପତ୍ତି ୨୦୨୧ ଜୁନରୁ ଲାଗୁ ହେବ । ଦେଶର ଜଳବାୟୁ ଦୃଷ୍ଟିରେ ରଖିବା ସହିତ ଦୁଇ ଚକିଆ ଯାଜନ ଚାଳକମାନେ ଯେଭଳି ହେଲମେଟ୍ ପିନ୍ଧିବେ ସେଥିପାଇଁ ଗୋଟିଏ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟର ଏକ କମିଟି ନିଦେ୍ର୍ଧଶ ଦେଇଥିଲା । ଏହି ନିଦେ୍ର୍ଧଶ ଅନୁଯାୟୀ କମିଟି ଗଠନ ହୋଇଥିଲା ।