୧୧.୬୩ କୋଟି ଟଙ୍କାର ସୁନା ବିସ୍କୁଟ ଜବତ

୧୧.୬୩ କୋଟି ଟଙ୍କାର ସୁନା ବିସ୍କୁଟ ଜବତ

୧୧.୬୩ କୋଟି ଟଙ୍କାର  ସୁନା ବିସ୍କୁଟ ଜବତ
ଭୁବନେଶ୍ୱର: ଓଡ଼ିଶା ଦେଇ ଚାଲାଣ ହେଉଛି ଚୋରା ସୁନା ଓ ନିଶାଦ୍ରବ୍ୟ । ଆସାମର ଗୌହାଟିରୁ ଏକ ଏସୟୁଭି ଗାଡ଼ିରେ ଚାଲାଣ ହୋଇଥିବା ୨୫ କିଲୋଗ୍ରାମ ଓଜନର ସୁନା ବିସ୍କୁଟକୁ ରାଜସ୍ୱ ଗୁଇନ୍ଦା ନିଦେ୍ର୍ଧଶାଳୟ (ଡିଆରଆଇ) ହାଇଦ୍ରାବାଦ ଜୋନାଲ ୟୁନିଟ ଠାବ କରିଛି । ବିଜୱାଡା ହାଇଦ୍ରାବାଦ ଜାତୀୟ ରାଜପଥରେ ସକା ସକାଳୁ ଏହି ଗାଡ଼ିକୁ ଠାବ କରାଯାଇଥିଲା । ଜବତ ସୁନା ବିସ୍କୁଟର ମୂଲ୍ୟ ୧୧.୬୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆସାମ ପଞ୍ଜିକରଣ ଏହି ଗାଡ଼ିଟି ୪ଟି ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରି ଯିବା ପରେ ତେଲେଙ୍ଗାନାର ହାଇଦ୍ରାବାଦରେ ଧରାପଡ଼ିଥିଲା । ଗାଡ଼ିର ଡେସବୋଡର଼୍ରେ ଏକ ଚାମ୍ବର କରି ସେଥିରେ ଏହି ସୁନାକୁ ଲୁଚାଇ ଚାଲାଣ କରାଯାଇଥିଲା । ଗାଡ଼ିକୁ ଜବତ କରାଯିବା ସହିତ ସେଥିରେ ଥିବା ୩ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରାଜ୍ୟରୁ ନିଶାଦ୍ରବ୍ୟ ଚେରା ଗଞ୍ଜେଇ ଅନ୍ୟ ରାଜ୍ୟକୁ ବିଭିନ୍ନ ମାଧ୍ୟମ ଦେଇ ଚାଲାଣ ହେଉଛି ।