୧୫ରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

୧୫ରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

୧୫ରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଠୁ, କେରଳ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଆସନ୍ତା ଫେବୃୟାରୀ ୧୫ ରେ ଏହି ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି । ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ପାଇଁ ନିର୍ବାଚନ କମିଶନର ସଦସ୍ୟ ଏହି ୫ ରାଜ୍ୟକୁ ଗସ୍ତ କରିଛନ୍ତି । ଫେବୃୟାରୀ ୧୫ ରେ ଏହି ଗସ୍ତ ଶେଷ ହେବ । ଏଣୁ ସେଦିନ ହିଁ ନିର୍ବାଚନ ତାରିଖ ଘୋଷଣା କରାଯିବ । ନିର୍ବାଚନ ଆୟୋଗର ସଦସ୍ୟମାନେ ପଶ୍ଚିମବଙ୍ଗ ଏବଂ ଆସାମ ଗସ୍ତ କରି ସାରିଛନ୍ତି । ବର୍ତ୍ତମାନ ସେମାନେ ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ଗସ୍ତରେ ଅଛନ୍ତି । ପଶ୍ଚିମବଙ୍ଗରେ ୬ ରୁ ୮ ପର୍ଯ୍ୟାୟ ମତଦାନ ହୋଇପାରେ ।