୧୮ରେ ଲଘୁଚାପ, ଭିଜିବ ଓଡିଶା
୧୮ରେ ଲଘୁଚାପ, ଭିଜିବ ଓଡିଶା
ଭୁବନେଶ୍ୱର: ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ୧୮ରୁ ୨୧ ପର୍ୟ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛନ୍ତି । ସେହିପରି ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ଆକଳନ କରିଛି ।ଆସନ୍ତା ୧୯ ପର୍ୟ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ । ୧୮ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୯ରେ ଲଘୁଚାପ ଏବଂ ୨୦ରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହେବ । ଏହା ଅବପାତ ରୂପ ମଧ୍ୟ ନେଇପାରେ । ୨୧ରେ ଓଡ଼ିଶା ସ୍ଥଳ ଭାଗରେ ରହି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼କୁ ମୁହାଁଇବ । ୨୦ରୁ ୨୨ ପର୍ୟ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ । ୨୩ରେ ଉପକୂଳରେ ବର୍ଷା ଲାଗି ରହିବ ।
ସୀମାନ୍ତବର୍ତ୍ତୀ ଉତ୍ତର ଆଭ୍ୟନ୍ତରରେ ୨୨ରୁ ବର୍ଷା କମିବ । ସମସ୍ତ ଉପକୂଳ ଜିଲ୍ଲା ଓ ଉପକୂଳ ପାଖ ଜିଲ୍ଲାରେ ଆସନ୍ତା ୨୩ ପର୍ୟ୍ୟନ୍ତ ସମୁଦାୟ ବର୍ଷା ୧୦୦ ମିଲିମିଟର ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରରେ ୬୦ରୁ ୯୦ ମିଲିମିଟର ବର୍ଷା ହେବାର ସମ୍ଭାବନା ଅଛି । ତେବେ ସୁନ୍ଦରଗଡ଼ରେ ସବୁଠୁ କମ ବର୍ଷା ହୋଇପାରେ । ୨୨ ଓ ୨୩ରେ ଦିନ ତାପମାତ୍ରା ବିଶେଷ ଭାବେ କମି ପ୍ରାୟତଃ କୋହଲା ରହିବ । ୨୩ ପରେ ମାସ ଶେଷ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା କମିବ ।




admin 