୨୭ରୁ କେନ୍ଦୁଝରରେ କଳିଙ୍ଗ ହର୍ବାଲ ମେଳା, ଶୂଚନା ଦେଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ
କେନ୍ଦୁଝର ଏବଂ ରାଜ୍ୟ ଔଷଧୀୟ ବୃକ୍ଷ ସଂସ୍ଥା ଦ୍ବାରା ଆୟୋଜିତ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଆସନ୍ତା ଫେବୃୟାରୀ ୨୭ ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ କାଳିପଡ଼ିଆରେ ଅନୁଷ୍ଠିତ ହେବ। ଏହି ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୈଦ୍ୟ ତଥା ଆୟୁର୍ବେଦିକ ଡାକ୍ତର ଅଂଶଗ୍ରହଣ କରିବେ । ଏହି ମେଳାରେ ପ୍ରାୟ ୬୦ ଜଣ ବୈଦ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଲେଟ ମିଶନ, ଶ୍ରମ ନିୟୋଜନ ବିଭାଗ, ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ୭୫ ଟି ଷ୍ଟଲ ଖୋଲାଯାଇ ଆୟୁର୍ବେଦିକ ଔଷଧ ତଥା ଜଡ଼ିବୁଟି ବିକ୍ରିବଟା କରାଯିବା ସହ ମାଗଣାରେ ଚିକିତ୍ସା ମଧ୍ୟ କରାଯିବ। ଏହାଛଡା ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମେଳାରେ ବୈଦ୍ୟ ଓ ଆୟୁର୍ବେଦିକ ଡାକ୍ତର ସମ୍ମିଳନୀ, ବରିଷ୍ଠ ନାଗରିକଙ୍କ ପାଇଁ ପୁରାତନ ରୋଗ ଉପଚାର ସମ୍ପର୍କରେ ଆଲୋଚନା ଚକ୍ର କରାଯିବ। ପ୍ରତିଦିନ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ବାରା ମାଗଣା ସାସ୍ଥ୍ୟ ପରୀକ୍ଷା ତଥା ବିଭିନ୍ନ ରୋଗ ସମ୍ବନ୍ଧରେ ପରାମର୍ଶ ଦିଆଯିବ। ଏଥିସହ ବିଭିନ୍ନ ସାଂସ୍କୃତିକ ସଂଗଠନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ଏନେଇ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ।




