୨୮୦୦ ଭୋଟରେ ମମତା ଆଗୁଆ

୨୮୦୦ ଭୋଟରେ ମମତା ଆଗୁଆ

୨୮୦୦ ଭୋଟରେ ମମତା ଆଗୁଆ


କୋଲକାତା: ଭବାନୀପୁର ଉପନିର୍ବାଚନର ପ୍ରଥମ ରାଉଣ୍ଡ ଭୋଟ ଗଣତି ସରିଛି । ଏଥିରେ ବାଜିମାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୮୦୦ ଭୋଟ ବ୍ୟବଧାନରେ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ପ୍ରିୟଙ୍କାଙ୍କଠାରୁ  ଆଗରେ ଚାଲିଛନ୍ତି । ନନ୍ଦିଗ୍ରାମରେ ପରାଜୟ ପରେ ମମତା ମୁଖ୍ୟମନ୍ତ୍ରୀ ହୋଇ ଭବାନୀପୁର ଉପନିର୍ବାଚନ ଲଢ଼ୁଛନ୍ତି । ଏହି ନିର୍ବାଚନ ଉପରେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ନିର୍ଭର କରୁଛି । ଟିଏମସି ଦାବି କରୁଛି, ୮୦ ହଜାର ଭୋଟ ବ୍ୟବଧାନରେ ମମତା ଜିତିବେ ।