୩ୟ ପର୍ଯ୍ୟାୟ ଟିକାକରଣ : ଭୁବନେଶ୍ୱରରେ ୨୨ ହସ୍ପିଟାଲରେ ଟିକା

୩ୟ ପର୍ଯ୍ୟାୟ ଟିକାକରଣ : ଭୁବନେଶ୍ୱରରେ ୨୨ ହସ୍ପିଟାଲରେ ଟିକା

୩ୟ ପର୍ଯ୍ୟାୟ ଟିକାକରଣ : ଭୁବନେଶ୍ୱରରେ ୨୨ ହସ୍ପିଟାଲରେ ଟିକା
ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ମାର୍ଚ୍ଚ ୧ ତାରିଖରୁ ବୟସ୍କ ଏବଂ ବହୁବିଧ ରୋଗକ୍ରାନ୍ତଙ୍କୁ କରୋନା ଟିକା ଦିଆଯିବ । ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତଙ୍କୁ ଟିକା ମିଳିବ । ଭୁବନେଶ୍ୱର ଟିକାକରଣ ପାଇ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି । ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯିବ । ସରକାରୀ ହସ୍ପିଟାଲରେ ଟିକା ସମ୍ପୂଣ୍ଣ ମାଗଣା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଘରୋଇ ହସ୍ପିଟାଲରେ ଟିକା ନେବାକୁ ନିଦ୍ଧିଷ୍ଟ ଶୁଳ୍କ ଦେବାକୁ ପଡିବ ବୋଲି ସୂଚନା ଦିଆଯାଇଛି । ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଂଜୀକରଣ କରାଇଥିବା ଦରକାର ନଚେତ ଟିକା ମିଳିବ ନାହିଁ । ପ୍ରକାଶ ଯେ, ରାଜ୍ୟରେ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ହେବ ବୋଲି ଜଣାପଡିଛି । ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପାଇଁ ଅନୁମତି ମିଳିଛି । ରାଜ୍ୟ ସରକାରଙ୍କୁ ଟିକା କେନ୍ଦ୍ର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଅନୁମତି ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏନେଇ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ପ୍ରଦୀପ୍ତ ।