୩୧,୯୦୨ ଜଣ ଆଜି ଟିକା ନେବେ

୩୧,୯୦୨ ଜଣ ଆଜି ଟିକା ନେବେ

୩୧,୯୦୨ ଜଣ ଆଜି ଟିକା ନେବେ
ଭୁବନେଶ୍ୱର: ଶନିବାର ଠାରୁ ଦେଶରେ ଟିକାକରଣର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବି ଶନିବାର ବିଭିନ୍ନ ସ୍ଥାନରେ ଟିକାକରଣ କରାଯାଇଥିଲା । ଅବଜରଭେସନ ପାଇଁ ରବିବାର ଟିକା ଦିଆଯାଇନଥିଲା । ତେବେ ସୋମବାର ଠାରୁ ପୁଣି କୋଭିଡ-୧୯ ଟିକାକରଣ ଆରମ୍ଭ ହୋଇଛି । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ଗୋଟିଏ ଦିନ ବ୍ୟବଧାନ ପରେ ଆଜି ଠୁ ପୁଣି ଟିକାକରଣ ଆରମ୍ଭ ହୋଇଛି । ଆଜି ୩୮୦ ସେସନ୍ସରେ ୨୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ୧୬୯୮ଟି ସେସନ୍ସରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୧୯ ତାରିଖରେ ୧୯୨ଟି ସେସନ୍ସ, ୨୦ରେ ୯୨ଟି ସେସନ୍ସରେ ଟିକାକରଣ କରାଯିବ । ୨୧ରେ ୪୩୬ଟି, ୨୨ରେ ୧୪୧ଟି ଓ ୨୩ ତାରିଖରେ ୧୭୮ଟି ସେସନ୍ସରେ ଟିକା ଦିଆଯିବ । ସେହିପରି ୨୫ ତାରିଖରେ ୨୭୯ଟି ସେସନ୍ସରେ ଟିକାକରଣ କରାଯିବ । ଯେଉଁମାନେ ଟିକା ନେଉଛନ୍ତି ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବେ । ଦ୍ୱିତୀୟ ଡୋଜର ୨ ଦିନ ପୂର୍ବରୁ ସେମାନଙ୍କୁ ଏସଏମଏସ ଦ୍ୱାରା ଜଣାଇ ଦିଆଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।