୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍, କଲେଜ୍ ସିଲ୍, ଜାଣନ୍ତୁ କେଉଁଠି

୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍, କଲେଜ୍ ସିଲ୍, ଜାଣନ୍ତୁ କେଉଁଠି

୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍, କଲେଜ୍ ସିଲ୍, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଖୋଲିବାକୁ ସରକାର ଅନୁମତି ଦେଇଥିଲେ । କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ପରେ, ଛାତ୍ରଛାତ୍ରୀ ମାନେ ଅଧିକ ମାତ୍ରାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ନିକଟରେ ଦୁଇଟି ବାଳିକା ବିଦ୍ୟାଳୟରେ ଅନେକ ପିଲା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଭିମସାର ମେଡିକାଲ କଲେଜରୁ ଅନେକ ଛାତ୍ରଛାତ୍ରୀ ମାନେ କରୋନା ସଂକ୍ରମିତ ହୋଇଥିଲେ ।

ତେବେ ଏହାରି ଭିତରେ ଆଜି ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ +୨ଆବାସିକ କଲେଜରେ ୩୩ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟାରେ ପିଲା କରୋନା ସଂକ୍ରମିତ ହେବାପରେ ଏହି +୨ ଆବାସିକ କଲେଜ୍ ସହ ହଷ୍ଟେଲ ବିଲ୍ଡିଂ ଗୁଡିକ ପୌରପ୍ରଶାସନ ସିଲ୍ କରିଛି । ତେବେ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ବାରମ୍ବାର ପୌରପ୍ରଶାସନର ତାଗିଦ୍ ସତ୍ତ୍ୱେ କାହିଁକି ପିଲାମାନଙ୍କୁ ଘରକୁ ପଠାଯାଇଛି, ଏନେଇ କଲେଜକୁ ପୌର ପ୍ରଶାସନ କାରଣ ଦର୍ଶାଅ ନୋଟିସ୍ ପଠାଇଛି । 

ଗତକାଲି କୁଞ୍ଜକାନ୍ତ ଗାଁ’କୁ ୧୦ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ପ୍ରଶାସନ । ତେବେ ହଷ୍ଟେଲ ଛାଡିଥିବା ପିଲାମାନଙ୍କୁ ଆଇସୋଲେସନରେ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ହଷ୍ଟେଲ ଛାଡିଥିବା ପିଲାମାନଙ୍କୁ ଆଇସୋଲେସନରେ ରଖିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଧଶ ଦିଆଯାଇଛି ।