୪୬୪ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ

୪୬୪ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ

୪୬୪ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ
ଭୁବନେଶ୍ୱର :ରାଜ୍ୟ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟିରେ ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୪ଟି ପ୍ରକଳ୍ପରେ ୪୬୪.୭୨ କୋଟି ନିବେଶ ହେବ । ଏହି ପ୍ରକଳ୍ପରେ ୮୭୩ଜଣ ନିଯୁକ୍ତି ପାଇବେ । ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା ମଳିପଡାରେ ଫାଇବର ବାର୍ଡ କାରଖାନା କରିବ ଗାଲାକ୍ସ ଇଣ୍ଡଷ୍ଟ୍ରି । ଏହି ଫାଇବରବୋର୍ଡ କାରଖାନାରେ ୯୩ କୋଟି ନିବେଶ ହେବ । ଏଥିରେ ୩୧୦ ଜଣ ନିଯୁକ୍ତି ହେବ । ସେହିପରି ଖୋର୍ଦ୍ଧା ଓ ନୟାଗଡରେ ଇଥାନଲ ପ୍ଲାଣ୍ଟ ନିର୍ମାଣ ହେବ । ଏହି ପ୍ଲାଣ୍ଟରେ ୧୫୧ କୋଟି ନିବେଶ ହେବ ଏଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ଲାଠିକଟାରେ ପେଲେଟ୍‌ ପ୍ଲାଣ୍ଟ କରିବ ଏନ୍‌ଭିରୋକେୟାର । ଏଥିରେ ୧୯୫ ଜଣ ନିଯୁକ୍ତି ପାଇବେ ବୋଲି ସୂଚନା ରହିଛି । ଏନ୍‌ଭିରୋକେୟାର ସ୍ଲରି ପାଇପଲାଇନ୍‌ ପ୍ଲାଣ୍ଟ କରିବ । ଏଥିରେ ୧୦୦ କୋଟି ନିବେଶ ହେବ ।