୫ରୁ ୪ ରାଜ୍ୟରେ ବିଜେପି ଆଗୁଆ
୫ରୁ ୪ ରାଜ୍ୟରେ ବିଜେପି ଆଗୁଆ
ନୂଆଦିଲ୍ଲୀ : ଗୁରୁବାର ୫ ରାଜ୍ୟରେ ଗଣତି ଚାଲିଥିବା ବେଳେ ୪ଟି ରାଜ୍ୟରେ ବିଜେପି ଆଗୁଆ ରହିଥିବା ପ୍ରାଥମିକ ପର୍ୟ୍ୟାୟ ଗଣତିରେ ଜଣାପଡ଼ିଛି। ବିଜେପି ଉତ୍ତରପ୍ରଦେଶ ସମେତ ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ଆଗୁଆ ରହିଥିବା ପ୍ରାଥମିକ ଗଣତିରେ ଜଣାପଡ଼ିଛି। ଉତ୍ତର ପ୍ରଦେଶରେ ୨୧୭ ଆସନରେ ବିଜେପି ଆଗୁଆ ରହିଥିବା ବେଳେ ଉତ୍ତରାଖଣ୍ଡରେ ୪୧, ଗୋଆରେ ୨୧ ଓ ମଣିପୁରରେ ୨୯ ସିଟ୍ରେ ବିଜେପି ଆଗୁଆ ରହିଛି। ଅନ୍ୟପକ୍ଷରେ ପଞ୍ଜାବରେ ବଡ଼ ଓଲଟପାଲଟ ହେବାକୁ ଯାଉଛି। ଏଠାରେ ଆମ୍ ଆଦିମ୍ ପାର୍ଟି ୮୪ ଭୋଟ୍ରେ ଆଗୁଆ ରହିଛି।




admin 