୫ ଜଣ ଯବାନ ସହିଦ

୫ ଜଣ ଯବାନ ସହିଦ

୫ ଜଣ ଯବାନ ସହିଦ
ରାୟପୁର: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଛି। ଗୁଳିବିନିୟମରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଛତିଶଗଡ ବିଜାପୁର ଜିଲ୍ଲା ସିଲେଗୁର ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ୍ କରି ରହିଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା । ଏହାପରେ କୋବ୍ରା ବଟାଲିଅନ୍‌, ଡିଆରଜି ଓ ସିଆରପିଏଫ ବାହିନୀର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଘଟଣାରେ ଡିଆରଜି ବାହିନୀର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ । ପରେ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଏବେବି ସ୍ଥାନୀୟ ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି।