୫-ଟି ହେଉଛି ୫ ଟାଉଟର୍, ଜାଣନ୍ତୁ କିଏ କହିଲେ ଏମିତି
୫-ଟି ହେଉଛି ୫ ଟାଉଟର୍, ଜାଣନ୍ତୁ କିଏ କହିଲେ ଏମିତି
କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ୫-ଟିକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। କହିଛନ୍ତି ଏହା ହେଉଛି ୫ ଜଣ ଟାଉଟର। ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟ୍ରାନ୍ସଫରମେସନ୍ ଓ ଟାଇମ୍ ଲିମିଟ୍। ଏହି ସୂତ୍ରରେ ୫-ଟି ସଚିବଙ୍କ ନେତୃରେ ରାଜ୍ୟରେ ଚାଲିଛି ଶାସନ। ହେଲେ ରାଜ୍ୟ ସରକାରଙ୍କ ଏହି ଫର୍ମୁଲାକୁ ଚିଗୁଲେଇ ଏମିତି କହିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ।
ଶ୍ରୀ ଟୁଡୁ କହିଛନ୍ତି, ୫-ଟି କହି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭକୁଆ ବନାଉଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ପଇସାକୁ ହାଇଜାକ୍ କରି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଲଗାଯାଉଛି। ଏମାନଙ୍କ ପାଖରେ ପଇସା କାହିଁ। ହଜାର ହଜାର କୋଟି ଟଙ୍କା ଋଣ ଭାର ରାଜ୍ୟ ସରକାର ନିଜସ୍ୱ ଯୋଜନା ଚଳାଉଛନ୍ତି। ଏଠି ୫ଟି ହେଉଛି ୫ ଜଣ ଟାଉଟରିଆଙ୍କ କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି କହିଛନ୍ତି-“ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରକୁ ଭାରତ ସରକାର ପଇସା ପଠାନ୍ତି। କେନ୍ଦ୍ରର ୪୧ଟି ବିଭାଗର ପଇସା ସିଧାସଳଖ ରାଜ୍ୟ ପାଖକୁ ଆସୁଛି। ହେଲେ ସେହି ଅର୍ଥକୁ ରାଜ୍ୟ ସରକାର ନିଜର ବୋଲି କହି ବ୍ରାଣ୍ଡିଂ କରୁଛନ୍ତି। ଏହାର ଅର୍ଥ ଘରେ ଘରେ ପାଣି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ ମାଧ୍ୟମରେ ୩୩୨୩ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଥିଲେ। ହେଲେ ଏଠି ଦେଖିବାକୁ ମିଳିଛି, ଘରେ ଘରେ ପାଣି ଲେଖି ନବୀନ ପଟ୍ଟନାୟକ ସେଟି ଠିଆ ହୋଇଛନ୍ତି। ଏହା ନିଶ୍ଚିତ ଦୁର୍ଭାଗ୍ୟ ଜନକ ବିଷୟ। ଏଠି ଯେଉଁ ସରକାର ଅଛି, ସିଏ କେବଳ ବ୍ରାଣ୍ଡିଂରେ ମାତିଛନ୍ତି। ଲୋକଙ୍କ ପାଇଁ କିଛି କରିବାର ନାଁ ଗନ୍ଧ ନାହିଁ। ଯୋଜନାକୁ ହାଇାକ କରି ଲୋକଙ୍କୁ ଭକୁଆ ବନାଉଛନ୍ତି




admin 