୬ ଲକ୍ଷ ଟଙ୍କା ନିନା ଆଣିଲେ କେଉଁଠୁ...
୬ ଲକ୍ଷ ଟଙ୍କା ନିନା ଆଣିଲେ କେଉଁଠୁ...
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଆସିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି ।
ନିନାଙ୍କ ସ୍ୱାମୀ ନିହାର ରଞ୍ଜନ ଦାସ ମାହାଙ୍ଗା ଥାନା ଆଇଆଇସି । ଚଢ଼ାଉ ପାଇଁ ନିହାରଙ୍କ ମାହାଙ୍ଗା କ୍ୱାର୍ଟର୍ସରେ ଭିଜିଲାନ୍ସ ଟିମ ପହଂଚିବାବେଳକୁ ସେଠାରେ ତାଲା ପଡ଼ିଥିଲା । ସ୍ୱାମୀ ନିହାରଙ୍କ ସହ ଭିଜିଲାନ୍ସ ଯୋଗାଯୋଗ କରିପାରୁନି । ତୁରନ୍ତ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ପାଇଁ ନିହାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।




admin 