୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡ଼ା:  ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି  ତେଜିବାରେ ଲାଗିଛି। ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି।

ସକାଳ ୬ଟାରୁ ଦିନ ୨ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସକାଳୁ ସକାଳୁ ବିଜେପି କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରି ନାରାବାଜି କରୁଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ବସ, ଟ୍ରକ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର, ସ୍କୁଲ କଲେଜ ଆଦି ବନ୍ଦ ରହିବ କେବଳ ଜରୁରୀ ସେବା ଚାଲୁ ରହିବ  ।