‘ଧୁମ୍-୪’ ରେ ଧୁମ୍ ମଚାଇବେ ଅକ୍ଷୟ କୁମାର
‘ଧୁମ୍-୪’ ରେ ଧୁମ୍ ମଚାଇବେ ଅକ୍ଷୟ କୁମାର
admin
Feb 5, 2020 - 09:35
Updated: Feb 5, 2020 - 09:35
ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର । ‘ଲକ୍ଷ୍ମୀବମ’, ‘ପୃଥ୍ୱୀରାଜ’ ଓ ‘ବଚ୍ଚନ ପାଣ୍ଡେ’ ଭଳି ଫିଲ୍ମ ପରେ ଏବେ ‘ଧୁମ୍-୪’ରେ ନଜର ଆସି ପାରନ୍ତି ଅକ୍ଷୟ । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଫିଲ୍ମ ଟ୍ରେଡ ବିଶ୍ଲେଷଣ ଆତୁଲ ମୋହନ । ‘ଧୁମ୍-୪’ ପାଇଁ ଅକ୍ଷୟ କୁମାରଙ୍କୁ ସୁନିଶ୍ଚିତ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ବୋଲି ସେ କହିଛନ୍ତି । କିନ୍ତଚୁ ଆଧିକାରିକ ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କିଛି ଘୋଷଣା କରାଯାଇନାହିଁ । ସାମାଜିକ ଗଣମାଧ୍ୟମରେ ଏହି ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଅକ୍ଷୟଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀ ଚଳିତ ବର୍ଷ ୨୭ ମାର୍ଚ୍ଚରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ଅଭିନୟ କରୁଛନ୍ତି । ରୋହିତ ସେଟୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ଧର୍ମା ପ୍ରଡକ୍ସନରେ ନିର୍ମାଣ ହେଉଛି । ଏହା ବ୍ୟତୀତ ଅକ୍ଷୟଙ୍କ ଲକ୍ଷ୍ମୀବମ୍ ଚଳିତ ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ ।