‘ସଂସଦ ଟିଭି’ର ଲୋକାର୍ପଣ ଆଜି

‘ସଂସଦ ଟିଭି’ର ଲୋକାର୍ପଣ ଆଜି

‘ସଂସଦ ଟିଭି’ର ଲୋକାର୍ପଣ ଆଜି

ନୂଆଦିଲ୍ଲୀ: ଆଜି ‘ସଂସଦ ଟିଭି’ର ଲୋକାର୍ପଣ ଉତ୍ସବ। ସଂଧ୍ୟା ୬ ଟାରେ ସଂସଦ ଭବନରେ ଆୟୋଜିତ ହେବାକୁ ଥିବା କାର୍ୟ୍ର୍ୟକ୍ରମରେ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଚସ୍ପତି ଓମ ବିର୍ଲା ଉପସ୍ଥିତ ରହିବେ। ଅନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ମଧ୍ୟ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷ ଫେବୃୟାରୀରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିର ମିଶ୍ରଣ ପାଇଁ ସରକାର ବିଦ୍ଧିବଧ ଭାବେ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଗତ ମାର୍ଚ୍ଚରେ ସଂସଦ ଟିଭି ପାଇଁ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି କରାଗଲା। ବୟନଶିଳ୍ପ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ଅଛନ୍ତି ।ସଂସଦ ଟିଭିର କାର୍ୟ୍ୟକ୍ରମ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ବିଭକ୍ତ ହେବ । ସଂସଦ ଏବଂ ଲୋକତନ୍ତ୍ର ସମ୍ବନ୍ଧୀୟ ସଂସ୍ଥା ମାନଙ୍କରେ କାର୍ୟ୍ୟ, ପ୍ରଶାସନ ଏବଂ ଯୋଜନା / ନୀତି କାର୍ୟ୍ୟାନ୍ବୟନ, ଭାରତର ଇତିହାସ ଏବଂ ସଂସ୍କୃତି ଓ ସମସାମୟିକ ବିଷୟବସ୍ତୁ ଓ ହିତ ବିଚାରଧାରା ପ୍ରସ୍ତୁତ କରି ପ୍ରସାରଣ କରିବ ।

ନୂଆ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦେବରାୟ, ନୀତି ଆୟୋଗ ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଆଇନଜୀବୀ ହେମନ୍ତ ବତ୍ରା ଭିନ୍ନ ଭିନ୍ନ ଶୋ'ର ପରିଚାଳନା କରିବେ । ସଂସଦ ଟିଭି ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ଦର୍ଶକଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦେଶର ସଂସ୍ଥାଗୁଡିକ ସମ୍ବନ୍ଧିତ ବିଷୟ ଉପରେ ଉତ୍କୃଷ୍ଟ ଗୁଣବତ୍ତା ବିଶିଷ୍ଟ ବିଷୟବସ୍ତୁ ପରିବେଷଣ କରିବ ।