‘‘ନୂଆଁଖାଇ ଜୁହାର୍" , ଏହି ଅବ୍‌ସର୍ ଥି ଗୁରୁଜନ, ଦାଦା- ଭାଏ ଆଉ ମାଁ- ବହେନ ମାନଙ୍କୁ ନୂଆଁଖାଇ ଜୁହାର୍ ଜନଉଁଛେଁ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

‘‘ନୂଆଁଖାଇ ଜୁହାର୍" , ଏହି ଅବ୍‌ସର୍ ଥି ଗୁରୁଜନ, ଦାଦା- ଭାଏ ଆଉ ମାଁ- ବହେନ ମାନଙ୍କୁ ନୂଆଁଖାଇ ଜୁହାର୍ ଜନଉଁଛେଁ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

‘‘ନୂଆଁଖାଇ ଜୁହାର୍" , ଏହି ଅବ୍‌ସର୍ ଥି ଗୁରୁଜନ, ଦାଦା- ଭାଏ ଆଉ ମାଁ- ବହେନ ମାନଙ୍କୁ ନୂଆଁଖାଇ ଜୁହାର୍ ଜନଉଁଛେଁ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଖାଇ । ଏନେଇ ଉତ୍ସବମୁଖର ହୋଇଉଠିଛି ପୁରଠୁ ପଲ୍ଲୀ । ନୂଆଖାଇ ଅବସରରେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟରରେ ଏକ ଭିଡିଓ ଜାରି କରି ନୂଆଁଖାଇ ଅବସରରେ ଜୁହାର କରିଛନ୍ତି, ସେ କହିଛନ୍ତି ଯେ, ‘‘ନୂଆଁଖାଇ ଜୁହାର୍ , ଏହି ଅବ୍‌ସର୍ ଥି ଗୁରୁଜନ, ଦାଦା- ଭାଏ ଆଉ ମାଁ- ବହେନ ମାନଙ୍କୁ ନୂଆଁଖାଇ ଜୁହାର୍ ଜନଉଁଛେଁ । ନୂଆଁଖାଇ ଆପଣ ମାନଙ୍କର ଜୀବନ ଥି ଆଉ ପରିବାର ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ ଆନୁ । ’’

ସେହିପରି ରାଜ୍ୟବାସୀଙ୍କ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି ନୂଆଖାଇ ଜୁହାର ଜଣାଇଛନ୍ତି, ନୂଆଁଖାଇ ଅବସରରେ ‘‘ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା''।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ନୂଆଁଖାଇର ଜୁହାର ଜଣାଇବା ପରେ ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ। ତା’ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ। ଏହା ପୂର୍ବରୁ ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ସାରିଛି ପାହୁର ଭାର।  ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା।  ନୂଆଖାଇର ପୂର୍ବଦିନରେ ନିଆରା ପରମ୍ପରା ପାହୁର ଭାର ଅନୁଷ୍ଠିତ ହୋଇଥାଏ।  ମାଆଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ। ଏହି ଭାରରେ  ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମା‌ଆଙ୍କ ଲାଗି ଚୁଡି, ଗହଣା, ଶାଢ଼ୀ ଆଉ ପନିପରିବା ଏଥିରେ ଥାଏ।

ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର।  ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମ୍‌ଧାମରେ ନୂଆ ଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।  ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ ଯିଏ ଯେଉଁଠି , ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଫେରିଛନ୍ତି।
କଳାହାଣ୍ଡି ଜିଲ୍ଲାରେ ଦୁଇଟି ନୂଆଖାଇ ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲଗ୍ନରେ ନୂଆଖାଇ ହେବ। ତେବେ ପୁରପଲ୍ଲୀରେ ଆଜି ଭାଦ୍ରବ ପଞ୍ଚମୀ ତିଥିରେ ଦଧିବାମନଙ୍କ ଲଗ୍ନରେ ନୂଆଖାଇ ହେଉଛି ।