ଜେଲରୁ ନିର୍ଦ୍ଦୋଷରେ ମୁକୁଳିଲେ, ପାଇଲେ ୮କୋଟି

ଜେଲରୁ ନିର୍ଦ୍ଦୋଷରେ ମୁକୁଳିଲେ, ପାଇଲେ ୮କୋଟି

 ଜେଲରୁ  ନିର୍ଦ୍ଦୋଷରେ  ମୁକୁଳିଲେ, ପାଇଲେ ୮କୋଟି

ଏକାପରି ଦେଖାଯାଉଥିବା ଚେହେରାର ବ୍ୟକ୍ତିଙ୍କ ଉପରେ ଆମେ ଅନେକ ସିନେମା ଦେଖିଛେ । ସେଥିରେ ଜଣଙ୍କ ପରି ଏକାଭଳି ଦେଖାଯାଉଥିବା ଆଉ ଜଣକୁ ଚିହିଁବା ପାଇଁ କିପରି ଅସୁବିଧା ହୁଏ ତାହା ଉପରେ ବଲିଉଡ୍‌ର ଅନେକ ସିନେମା ରହିଛି । କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଚେହେରାକୁ ନେଇ ଜଣେ କିପରି ନିଜର ଅମୂଲ୍ୟ ୧୭ ବର୍ଷ ହରାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆମେରିକାରେ ଏପରି ଘଟଣା ଏବେ ଭାଇରାଲ୍‌ ହେବାରେ ଲାଗିଛି । ବିନାଦୋଷରେ ଜଣେ ବ୍ୟକ୍ତି ଅବିକଳ ଚେହେରା ପାଇଁ ଗିରଫ ହୋଇ ୧୭ ବର୍ଷ ଜେଲ୍‌ରେ ରହିବା ପରେ ତାଙ୍କୁ ଜେଲ୍‌ ରୁ ମୁକ୍ତ କରାଯାଇଛି ।

ତେବେ ସେ ନିର୍ଦ୍ଦୋଷ ଥିବାରୁ ତାଙ୍କୁ ୮ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯାଇଛି । ଡେ଼ଲି ଷ୍ଟାର୍‌ ରିପୋର୍ଟ ଅନୁସାରେ ଏକ ଡ଼କାୟତି ମାମଲାରେ ୪୫ ବର୍ଷିୟ ରିଚାଡର଼୍ ନାମକ ଜଣେ ବ୍ୟକ୍ତି ୨୦୦୦ ମସିହାରେ ଗିରଫ ହୋଇଥିଲେ । କିନ୍ତୁ ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ଜଣା ପଡ଼ିନଥିଲା ଯେ ଗିରଫ ବ୍ୟକ୍ତି ଜଣକ ପ୍ରକୃତ ଦୋଷୀ ନୁହଁନ୍ତି । ବରଂ ଅଭିଯୁକ୍ତଙ୍କ ଭଳି ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତି । ସାକ୍ଷ୍ୟ ପ୍ରମାଣରୁ ରିଚାଡର଼୍ ଙ୍କ ଭଳି ଦେଖାଯାଉଥିବା ରିକି ଅମୋସ୍‌ ନାମକ ଆଉ ଜଣେ ବ୍ୟକ୍ତି ପ୍ରକୃତ ଦୋଷୀ ବୋଲି ଜଣାପଡ଼ିଥିଲା । ଅମୋସ୍‌ ଡ଼କାୟତି ପରେ ଫେରାର୍‌ ହୋଇଯାଇଥିଲେ । ହେଲେ ପୁଲିସ୍‌ ଯାଞ୍ଚ କରି ରିର୍ଚାଡ଼୍‌ ନିକଟରେ ପହଂଚିଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ରିର୍ଚାଡ଼୍‌ ନିଜକୁ ନିର୍ଦ୍ଦୋଷୀ ବୋଲି ସାବାସ୍ତ କରିପାରିନଥିଲେ ।

ପରେ ମିଡ଼୍‌ୱେଷ୍ଟ ଇନୋସେନ୍ସ ପ୍ରୋଜେକ୍ଟ ଏବଂ ୟୁନିଭର୍ସିଟି ଅଫ୍‌ କାନ୍‌ସାସ୍‌ ସ୍କୁଲ୍‌ ଅଫ୍‌ ଲ’ ଘଟଣାର ତଦନ୍ତ କରିଥିଲା । ଏଥିରୁ ରିକି ହିଁ ପ୍ରକୃତ ଦୋଷୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୧୭ ରେ ରିଚାଡର଼୍ ଜେଲରୁ ମୁକୁଳିଥିଲେ । ନିର୍ଦ୍ଦୋଷ ଥିବାରୁ ତାଙ୍କୁ ୮ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି ।