ଝିଅକୁ ବଳାକ୍ରାର କରାଯିବାର ପ୍ରତିଶୋଧ ନେଇଛି ବାପା

ଝିଅକୁ ବଳାକ୍ରାର କରାଯିବାର ପ୍ରତିଶୋଧ ନେଇଛି ବାପା

 ଝିଅକୁ ବଳାକ୍ରାର କରାଯିବାର ପ୍ରତିଶୋଧ ନେଇଛି ବାପା
ବିଶାଖାପାଟଣା: ଝିଅକୁ ବଳାକ୍ରାର କରାଯିବାର ପ୍ରତିଶୋଧ ନେଇଛି ବାପା । ପ୍ରତିଶୋଧ ନେବାକୁ ଯାଇ ବାପା ବଳାକ୍ରାରୀ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି । ଗୁରୁବାର ସକାଳେ ବିଶାଖାପାଟଣା ସହର ପେଣ୍ଡୁରଥି ମଣ୍ଡଳର ଜୁଟ୍ଟାଦା ଗ୍ରାମରେ ଏହି ଘଟଣା ଘଟିଛି । ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ହେଉଛି ବାଟିନା ଆପାଲାରାଜୁ (୪୯) । ଏକ ଦାଆରେ ସେ ବଳାକ୍ରାରୀ ପରିବାର ସଦସ୍ୟଙ୍କୁ ଜଣକ ପରେ ଜଣେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ସମସ୍ତଙ୍କର ମୃତୁ୍ୟ ହୋଇଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ମୃତକ ମାନେ ହେଲେ ବାମିଦି ରମଣ (୫୭), ବାମିଦି ଉଷା ରାଣୀ (୩୦), ଆଲୁ ରମାଦେବୀ (୫୩), ନାକେଟ୍ଟୁଲୁ ଅରୁଣ (୩୭), ବାଦାମୀ ଉଦୟ (୪) ଓ ବାଦାମୀ ଉର୍ବସୀ (୬ ମାସ) । ତେବେ ବଳାକ୍ରାର ଅଭିଯୁକ୍ତ ବାଦିମି ଉଷା ରାଣୀଙ୍କ ସ୍ୱାମୀ ବିଜୟ କିରଣ ଫେରାର ଅଛି । ୨୦୧୮ ଏପି୍ରଲ ୯ରେ ଉଷାଙ୍କ ସ୍ୱାମୀ ବିଜୟ କିରଣ ହତ୍ୟାକାରୀ ଆପାଲାରାଜୁଙ୍କ ଝିଅକୁ ଅନେକ ଥର ବଳାକ୍ରାର କରିଥିଲା । ମୃଦୁ୍ୟ ପାନୀୟରେ ନିଶା ଦେଇ ସେ ବଳାକ୍ରାର କରିଥିଲା । ମୃତ ଦୁଇ ଶିଶୁ ହେଉଛନ୍ତି ବଳାକ୍ରାରୀ ବିଜୟର ସନ୍ତାନ ।