ପ୍ରେମ ପାଇଁ ଜୀବନ ହାରିଲେ ମହିଳା ଇଞ୍ଚିନିୟର

ପ୍ରେମ ପାଇଁ ଜୀବନ ହାରିଲେ ମହିଳା ଇଞ୍ଚିନିୟର

 ପ୍ରେମ ପାଇଁ ଜୀବନ ହାରିଲେ ମହିଳା ଇଞ୍ଚିନିୟର

ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାରର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ସେ ହେଲେ ଶ୍ୱେତା ଉତ୍କଳ କୁମାରୀ (୨୬) । ଘର ଭଦ୍ରକ ହୋଇଥିଲା ବେଳେ ଏଠାରେ ରହି ଏକ ନାମୀ କମ୍ପାନୀରେ କାମ କରୁଥିଲେ । ପ୍ରାଥମିକ ତଦନ୍ତରୁ ଏହାକୁ ପ୍ରେମ ପାଇଁ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି ।

ତଦନ୍ତ ସମୟରେ ଶ୍ୱେତାଙ୍କ ଆପାର୍ଟମେଣ୍ଟଫ୍ଲାଟରୁ କିଛି ଡାଏରୀ ଜବଦ କରିଛି । ସେଥିରେ ଜଣେ ଯୁବକଙ୍କ ନାଁ ରହିଥିବାରୁ ପୁଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଶ୍ୱେତା ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ତିନି ସାଙ୍ଗଙ୍କ ସହିତ ରହୁଥିଲେ । ଜନ୍ମାଅଷ୍ଟମୀ ଥିବାରୁ ସାଙ୍ଗମାନେ ଘରକୁ ଯାଇଥିଲେ । ଶ୍ୱେତା ଏକା ଥିଲେ । ଗତକାଲି ଶ୍ୱେତାଙ୍କ ଫୋନ କଲ ସୁଇଚ ଅପ ଆସିଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କୌଣସି ପତ୍ତା ନ ମିଳିବାରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ମୋବାଇଲି ଟ୍ରାକ କରିବା ପରେ ଜଣାପଡିଥିଲା ଆପାର୍ଟମେଣ୍ଟ ଭିତରେ ପୂର୍ବରୁ ସୁଇଚ ଅଫ ରହିଥିଲା । ସେ ରହୁଥିବା ରୁମ କବାଟ ତାଡିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଶ୍ୱେତାଙ୍କ ମୃତଦେହ ମିଳିଥିଲା । କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ହେବାପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୁଲିସ ।