ଫାଣ୍ଡି ସମ୍ଭାଳିବେ ସବଇନ୍ସପେକ୍ଟର
ଫାଣ୍ଡି ସମ୍ଭାଳିବେ ସବଇନ୍ସପେକ୍ଟର
ଭୁବନେଶ୍ୱର: ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍ଇନ୍ସପେକ୍ଟରମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ।କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡିମାନଙ୍କରେ ସଵ୍ ଇନସପେକ୍ଟରମାନଙ୍କୁ ନିଯୁକ୍ତି ଦିଆଯିବ।
ସବ୍ଇନ୍ସପେକ୍ଟର ମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନ ରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣ ରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ ।




admin 