ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ କରୋନା ପଜିଟିଭ

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ କରୋନା ପଜିଟିଭ

 ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ କରୋନା ପଜିଟିଭ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଢେଉ କବଳରୁ କେହି ରକ୍ଷା ପାଉ ନାହାନ୍ତି । ଦେଶରେ ଆଜି ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପିରି ରାଜ୍ୟ ମଧ୍ୟ ୬ ହଜାର ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଗଲାଣୀ । ଏହାରି ଭିତରରେ ଆସିଲା ଆଉ ଏକ ବଡ ଖବର । ତାହା ହେଲା କଂଗ୍ରେସ ବରିଷ୍ଠ ନେତା ତଥା ବିଧାକୟ ଦଳ ନେତା ନରସିଂହ ମିଶ୍ରଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁଧବାର ପୂର୍ବାହ୍ନରେ ବଲାଙ୍ଗୀରସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ସେଥିରେ ତାଙ୍କର ନମୁନା ପଜିଟିଭ ଆସିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସାଧାରଣ ରହିଛି ।