ବାବୁସାନଙ୍କୁ ମରିବେ ବୋଲି ଧମକାଉଥିଲେ ପ୍ରକୃତି ମିଶ୍ର
ବାବୁସାନଙ୍କୁ ମରିବେ ବୋଲି ଧମକାଉଥିଲେ ପ୍ରକୃତି ମିଶ୍ର
ଭୁବନେଶ୍ୱର : ମୁଁ ଛାତରୁ ଡେଇଁପଡ଼ିବି । ମୁଁ ହାତ କାଟିଦେବି । ମୁଁ ମରିଯିବି । ଏମିତି ଭାବେ ପ୍ରକୃତି ମିଶ୍ର ବାବୁସାନଙ୍କୁ ଧମକାଉଥିଲେ । ବ୍ଲାକମେଲିଂ ବି କରୁଥିଲେ । ଯେଉଁଥିପାଇଁ ତାଙ୍କ ଘର ଆଜି ଭାଙ୍ଗିଯାଇଛି । ଏକଥା କହିଛନ୍ତି ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥି । ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ପ୍ରେମ କାହାଣୀର ସବୁ ଗୁମର ତୃପ୍ତି ଖୋଲି ଦେଇଛନ୍ତି ।
ବାବୁସାନଙ୍କୁ ବ୍ଲାକମେଲ କରୁଛନ୍ତି ପ୍ରକୃତି ମିଶ୍ର । ପ୍ରକୃତିଙ୍କୁ ଛାଡ଼ିଦେବାକୁ ବାବୁସାନଙ୍କୁ ମୁଁ ବାରମ୍ବାର କହିଛି । କିନ୍ତୁ ପ୍ରକୃତି ତାଙ୍କୁ ବ୍ଲାକମେଲ କରୁଥିବାରୁ ସେ ଛାଡ଼ିପାରୁନଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି କହିଛନ୍ତି ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥି ।
ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କର ଗୁମର ଖୋଲିଛନ୍ତି ତୃପ୍ତି ଶତପଥି । ସେ କହିଛନ୍ତିଯେ, ସେ ବାବୁସାନ ଓ ପ୍ରକୃତିଙ୍କୁ ୪ ଥର ଧରିଛନ୍ତି । ଏନେଇ ସେ ଶାଶୁ ଅପରାଜିତା ମହାନ୍ତିଙ୍କୁ ବି ଜଣାଇଥିଲେ । ଶାଶୁ ଏକଥା ଜାଣିବା ପରେ ବାବୁସାନଙ୍କୁ ବି ଗାଳି କରିଥିଲେ । ମନ୍ମଥ ମିଶ୍ରଙ୍କୁ ମଧ୍ୟ ଗାଳି କରିଥିଲେ ବୋଲି ତୃପ୍ତି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ଶାଶୁଙ୍କ ଦେହ ଏବେ ଭଲ ନାହିଁ ବୋଲି ତୃପ୍ତି କହିଛନ୍ତି । ବାପାମା’ ହିସାବରେ ଶାଶୁ ଶ୍ୱଶୁର ଏବେ ଅସହାୟ ହୋଇପଡ଼ିଛନ୍ତି । ସେ କିଛି କରିପାରୁନାହାନ୍ତି ବୋଲି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ।
ଅପରପକ୍ଷରେ ପ୍ରକୃତି ମିଶ୍ର କହିଛନ୍ତିଯେ, ମୋ ସହ ଯାହା ଘଟିଛି ମୁଁ ତାହା ଭୁଲିବି ନାହିଁ । ବାବୁସାନ ଓ ମୁଁ ପିଲାଦିନୁ ଭଲ ସାଙ୍ଗ । ବାବୁସାନଙ୍କ ପନôୀ ଓ ତାଙ୍କ ଶ୍ୱଶୁର ଗୁଣ୍ଡା ଆଣି ମୋତେ ଅପମାନିତ କରିଛନ୍ତି । ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି । ବାବୁସାନଙ୍କୁ ମଧ୍ୟ ଟର୍ଚ୍ଚର କଲେ । ମୋ ଚୁଟି ଧରି ଭିଡ଼ାଭିଡ଼ି କଲେ । ମୁଁ ହେଲପ ହେଲପ କହିଲେ ବି ସମସ୍ତେ ମଜା ଉଠାଇଲେ । ମୁଁ କାହାକୁ ଛାଡ଼ିବି ନାହିଁ । ଲିଗାଲ ଆକ୍ସନ ନେବି ବୋଲି ପ୍ରକୃତି କହିଛନ୍ତି ।
ଭିଡ଼ିଓ ଭାଇରାଲ ହେବା ପରେ ବାବୁସାନ କହିଛନ୍ତିଯେ, ପ୍ରକୃତିଙ୍କୁ ଆଣିବାକୁ ମୁଁ ଏୟାରପୋର୍ଟ ଯାଇଥିଲି । ପ୍ରକୃତି ମୋର ଭଲ ସାଙ୍ଗ । ତାଙ୍କ ସାଙ୍ଗେ କଥା ହେଲେ ଅସୁବିଧା କ’ଣ ବୋଲି ବାବୁସାନ କହିଛନ୍ତି । ମୋ ସ୍ତ୍ରୀ ସିନେ ଇଣ୍ଡଷ୍ଟି୍ର ସହ ସଂପୃକ୍ତ ନୁହଁନ୍ତି । ତେଣୁ ଇଣ୍ଡଷ୍ଟି୍ରରେ କ’ଣ ହୁଏ ସେ ଜାଣନ୍ତି ନାହିଁ । ଆମ କାମ କ’ଣ ସେ ଜାଣିପାରୁନାହାନ୍ତି । ଇଣ୍ଡଷ୍ଟି୍ରରେ ବହୁ ହିରୋଇନଙ୍କ ସହ କାମ କରିବାକୁ ପଡେ଼ । ମୁଁ ବିଭିନ୍ନ ହିରୋଇନଙ୍କ ସହ କାମ କରେ । କାମ କରିବାକୁ ମୁଁ ବାଧ୍ୟ । ରାସ୍ତାରେ ମୋ ସ୍ତ୍ରୀ ହଠାତ ଆସି ଆଟାକ କଲେ । ଶ୍ୱଶୁର ବି ହାରାସ କଲେ । ଏହା ଆଦୌ ଠିକ କଥା ନୁହେଁ ବୋଲି ବାବୁସାନ କହିଛନ୍ତି ।




admin 