ଆଗାମୀ ୧୪ ତାରିଖ ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି ଯାଞ୍ଚ
ଆଗାମୀ ୧୪ ତାରିଖ ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି ଯାଞ୍ଚ
ପୁରୀ: ଆଗାମୀ ୧୪ ତାରିଖ ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି ଯାଞ୍ଚ କରିବ ବୈଷୟିକ କୋର କମିଟି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ସେଥିରେ ଅଂଶ ଗ୍ରହଣ କରିବେ । ଦାରୁବ୍ରହ୍ମ ସେତେବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଥିବେ । ତେଣୁ ଶ୍ରୀମନ୍ଦିର ଗର୍ଭଗୃହ ସମେତ ରତ୍ନ ସିଂହାସନ ସ୍ଥିତି ଯାଞ୍ଚ କରାଯିବା ସୁବିଧାଜନକ ହେବ । ଏହା ଛଡ଼ା ନାଟମଣ୍ଡପ ଛାତ ବିମରେ ସୃଷ୍ଟି ହୋଇଥିବା ଫାଟ ସମେତ ଅନ୍ୟ କେତେକ ସ୍ଥନ ତଦାରଖ କରାଯିବ । ବୈଷୟିକ କୋର କମିଟି ଅଧ୍ୟକ୍ଷ ପ୍ରଫେସର ଡଃ ଏ.ପି.ଗୁପ୍ତାଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସମେତ କେତେକ ପାଶ୍ୱର୍ ଦେବଦେବୀ ମନ୍ଦିର ସ୍ଥିତି ଅନୁଧ୍ୟାନ କରିବେ ବିଶେଷଜ୍ଞ । ଏହା ପରେ ନିର୍ମାଣ ନିବାସରେ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯୁଗ୍ମ ତଦନ୍ତ ରିପୋର୍ଟକୁ ଭିତ୍ତି କରି ବାର୍ଷିକ ଶ୍ରୀମନ୍ଦିର ଏବଂ ରକ୍ଷଣାବେକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଜରୁରୀ ମରାମତି କାର୍ଯ୍ୟ ଗୁଡ଼ିକ ଶ୍ରୀଜୀଉଙ୍କ ନୀଳାଦ୍ରୀ ବିଜେ ପୂର୍ବରୁ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।




admin 