କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୩୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୩୭୪ ନୂଆ କରୋନା ପଜିଟିଭ ଚିହ୍ନଟ

 କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୩୭୪ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୧୩୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୧୩୭୪ ମଧ୍ୟରୁ କ୍ୱାରେଂଟିନରୁ ୮୧୨, ଲୋକାଲ କେସରୁ ୫୬୨ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲରୁ ସର୍ବାଧିକ ୩୫୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୧୯୩, ନୂଆପଡାରୁ -୧୩୫, ସମ୍ବଲପୁର-୭୭ , ବରଗଡ-୫୯, କଳାହାଣ୍ଡି-୪୫ ,ଝାରସୁଗୁଡା-୫୨, କଟକ-୫୧, ରାୟଗଡା-୪୭ ଗଞ୍ଜାମ-୨୦, ପୁରୀ-୪୪, ଷ୍ଟେଟପୁଲ-୪୫, ଅନୁଗୁଳ-୩୩ , ଭଦ୍ରକ-୩୦, ମୟୂରଭଞ୍ଜ-୨୬ , କେନ୍ଦୁଝର-୨୪ ଯାଜପୁର-୨୫, ବାଲେଶ୍ୱର-୧୭ ,ନବରଙ୍ଗପୁର-୨୦, ବଲାଙ୍ଗିର-୧୨, ନୟାଗଡ-୧୩, ଜଗତସିଂହପୁର-୯, କେନ୍ଦ୍ରାପଡା-୪, ସୁବର୍ଣ୍ଣପୁର-୪ କନ୍ଧମାଳ-୩ ଓ ବୌଦ୍ଧ-୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୧୮୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୭୦୦୩ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୩୯ ହଜାର ୨୦୦ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।