କ୍ଷତି ଭରଣା ପାଇଁ ଚୀନ କୁ ବିଲ୍ ପଠାଇଲା ଜର୍ମାନୀ
କ୍ଷତି ଭରଣା ପାଇଁ ଚୀନ କୁ ବିଲ୍ ପଠାଇଲା ଜର୍ମାନୀ
admin
Apr 21, 2020 - 14:37
Updated: Apr 21, 2020 - 14:37
କୋରୋନା ପ୍ରଭାବରେ ଜାପାନରେ ୧୩୦ ବିଲିୟନ ଡଲାରର କ୍ଷତି ହୋଇଛି। କୋରୋନା ପାଇଁ ଚୀନକୁ ଦାୟୀ କରିବା ସହିତ ସମାଲୋଚନା କରି ଜର୍ମାନୀ କ୍ଷତି ଭରଣା ପାଇଁ ୧୩୦ ବିଲିୟନର ଏକ ଚିଠା ପ୍ରସ୍ତୁତ କରି ଏହି ଚିଠାକୁ ଚୀନ ସରକାରଙ୍କ ନିକଟକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି।
ଜର୍ମାନୀର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ବିଲ୍ଡ୍ କୋରୋନା ଭାଇରସରେ ଦେଶରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ଚିଠାକୁ ଛାପିଦେଇଛି। ଆଉ ଏହି କ୍ଷୟକ୍ଷତି ପାଇଁ ଉକ୍ତ ଗଣମାଧ୍ୟମ ସଂସ୍ଥା ଚୀନକୁ ମଧ୍ୟ ଦାୟୀ କରିଛି। ପ୍ରକାଶିତ ଏହି ଚିଠାରେ ଦର୍ଶାଯାଇଥିବା କ୍ଷତି ଅନୁଯାୟୀ ୨୭ ମିନିୟନ ୟୁରୋ ପର୍ଯ୍ୟଟନ କ୍ଷେତ୍ରରେ ହୋଇଛି। ବିଲ୍ଡ ଅନୁସାରେ ଦେଶର ପ୍ରତିଟି ଲୋକଙ୍କର ମୋଟ ୧୭୮୪ ୟୁରୋ କ୍ଷତି ହୋଇଛି। ଏହା ସହିତ ଦେଶର ଜିଡ଼ିପି ୪। ୨ ପ୍ରତିଶତ ତଳକୁ ଖସି ଆସିଛି। ଏ ସବୁ କ୍ଷତି ପାଇଁ ମଧ୍ୟ ଚୀନ ଦାୟୀ ବୋଲି ସେ କହିଛନ୍ତି।
ବିଲ୍ଡର ଏଡ଼ିଟର ଇନ ଚିଫ ଜୁଲିୟନ ରିଚେଲ୍ଟ କହିଛନ୍ତି କି, ଦେଶରେ କୋରୋନା ଭାଇରସ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେ ଜି ଜିନପିଙ୍ଗ ଉପରେ ଆକ୍ରମଣାତ୍ମ ଢଙ୍ଗରେ କହିଥିଲେ କି, କୋରୋନା ଭାଇରସ ଅତ୍ୟନ୍ତ ସଂକ୍ରାମକ। ଏହା ଆପଣ ଓ ଆପଣଙ୍କ ବୈଜ୍ଞାନିକଙ୍କୁ ବହୁ ପୂର୍ବରୁ ଜଣା ଥିଲା, ମାତ୍ର ଏହା ଆପଣ ପ୍ରକାଶ କରିନଥିଲେ। ସମଗ୍ର ଦୁନିଆକୁ ଅନ୍ଧାରରେ ରଖିଥିଲେ ବୋଲି ସେ କହିଛନ୍ତି।