ଦେଓମାଳିରେ ୧୪୪ ଧାରା, ଜାଣନ୍ତୁ କାହିଁକି

ଦେଓମାଳିରେ ୧୪୪ ଧାରା, ଜାଣନ୍ତୁ କାହିଁକି

 ଦେଓମାଳିରେ ୧୪୪ ଧାରା, ଜାଣନ୍ତୁ କାହିଁକି


କୋରାପୁଟ: ଜିଲ୍ଲାର ପ୍ରମୁଖ ପର୍ୟ୍ୟଟନସ୍ଥଳି ତଥା ରାଜ୍ୟର ସର୍ବୋଚ୍ଚ ଶୃଙ୍ଗ ଦେଓମାଳିରେ ଲାଗିଲା କଟକଣା । ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ରାତି ୯ରୁ ସକାଳ ୮ଟା ପର୍ୟ୍ୟନ୍ତ ଏଠାରେ ୧୪୪ ଧାରା ଜାରି କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୨ମାସ ଧରି ଏହି ଧାରା ବଳବତ୍ତର ରହିବ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପତ୍ରସଂଖ୍ୟା ୭୩୦/୨୨ରେ ଏହି ସୂଚନା ଦିଆଯାଇଛି । ଦେଓମାଳିର ପ୍ରାକୃତିକ ପରିବେଶକୁ ବଞ୍ଚାଇ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ପ୍ରକାଶଥାଉକି, କେତେକ ପର୍ୟ୍ୟଟକ ଓ ଅସାମାଜିକ ଦେଓମାଳିରେ ରାତ୍ରିଯାପନ କରିବା ସହ ନିଶାସେବନ ଓ ଅନ୍ୟାନ୍ୟ ଅସାମାଜିକ କାର୍ୟ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।