ନବୀନ ନିବାସ ସାମ୍ନାରେ ଲେଖାଶ୍ରୀ ଓ ସମୀର ମହାନ୍ତି

ନବୀନ ନିବାସ ସାମ୍ନାରେ ଲେଖାଶ୍ରୀ ଓ ସମୀର ମହାନ୍ତି

 ନବୀନ ନିବାସ ସାମ୍ନାରେ ଲେଖାଶ୍ରୀ ଓ ସମୀର ମହାନ୍ତି
ଭୁବନେଶ୍ୱର:ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାର ଗ୍ରହଣ କରିନଥିବା ପ୍ରତିବାଦରେ ନବୀନ ନିବାସ ସାମ୍ନାରେ ବସିଛନ୍ତି ବିଜେପି ନେତା ସମୀର ମହାନ୍ତି ଏବଂ ଲେଖାଶ୍ରୀ ସାମନ୍ତସିଂହାର । ଅବଶ୍ୟ ସେମାନେ ଦଳ ଛାଡ଼ୁନାହାନ୍ତି କି ଟିକେଟ ମାଗିବାକୁ ଯାଇନାହାନ୍ତି । ମୟୂରଭଂଜର ସାରସକଣା ବିଧାୟକ ପ୍ରାର୍ଥୀ ଡ. ଭୂଦାନ ମୁର୍ମୁ ଚାକିରି ଛାଡ଼ିଥିଲେ ମଧ୍ୟ ତାଙ୍କର ଇସ୍ତଫା ପତ୍ରକୁ ସରକାର ଗ୍ରହଣ କରିନାହାନ୍ତି । ଏହାର ପ୍ରତିବାଦରେ ସେମାନେ ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କୁ ଧରି ନବୀନ ନିବାସ ସମ୍ମୁଖରେ ପହଁଚିଛନ୍ତି ।