ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

 ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଶୁଭେଚ୍ଛା ବାର୍ତ୍ତାରେ ୨୦୨୧ ବର୍ଷ ରାଜ୍ୟବାସୀଙ୍କ ଜୀବନରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି। ଏହାଛଡ଼ା ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ନିଷ୍ଠାପର ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି।