ବିଧାନସଭାରେ ଅଚଳାବସ୍ଥା ଜାରି , ଗୃହ ସାଢେ ୧୧ଟା ଯାଏଁ ମୁଲତବି

ବିଧାନସଭାରେ ଅଚଳାବସ୍ଥା ଜାରି , ଗୃହ ସାଢେ ୧୧ଟା ଯାଏଁ ମୁଲତବି

 ବିଧାନସଭାରେ ଅଚଳାବସ୍ଥା ଜାରି , ଗୃହ ସାଢେ ୧୧ଟା ଯାଏଁ ମୁଲତବି
ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ଗୃହରେ ପୁଣି ଶାସକ ଓ ବିରୋଧୀ ମୁହାଁମୁିହଁ ହୋଇଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ଶାସକ ଓ ବିରୋଧୀ ସଦସ୍ୟ ମାନେ ହଟ୍ଟଗୋଳ କରିଛନ୍ତି । ମଣ୍ଡି ଅବ୍ୟବସ୍ଥା ନେଇ ବିରୋଧୀ ନାରାବାଜୀ କରିଛନ୍ତି । କଂଗ୍ରେସ ଓ ବିଜେପି ମଣ୍ଡି ସମସ୍ୟା ପ୍ରସଙ୍ଗ ଉଠାଇଲେ । ବିଜେପି ବିଧାୟକଙ୍କ କ୍ଷମା ଦାବି କଲା ବିଜେଡି । ସୁବାଷ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ବିଜେଡି ଦାବି କରିଛି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି ।