ରାହୁଲ ଗାନ୍ଧିଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ : ରାଜ ବବର

ରାହୁଲ ଗାନ୍ଧିଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ : ରାଜ ବବର

 ରାହୁଲ ଗାନ୍ଧିଙ୍କ ହାତମୁଠାକୁ ଟାଣ କରିବାକୁ  ଆହ୍ୱାନ : ରାଜ ବବର
ଭଦ୍ରକ: ଆସନ୍ତା ୨୯ ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏନେଇ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି । କମ୍ପୁଛି ପ୍ରଚାର ମଇଦାନ । ଆଉ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ହେଭିୱେଟ ନେତା ମଧ୍ୟ ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ଭଦ୍ରରେ କଂଗ୍ରେସ ନେତା ରାଜ ବବର ପହଞ୍ଚି ରୋଡ ଶୋ’ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ମଧୁମିତା ସେଠୀ ଓ ନଳିନୀକାନ୍ତ ମହାନ୍ତିଙ୍କ ରାଜ ବବର ପ୍ରଚାର କରିବା ସହ ତାଙ୍କୁ ବିପୁଳ ଭୋଟରେ ଭୋଟ ଦେଇ ବିଜୟୀ କରିବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ମୋଦି ସରକାରଙ୍କୁ ଉପାଡ଼ି ଫିଙ୍ଗିଦେବା ପାଇଁ ରାଜବବର ଆହ୍ୱାନ ଦେବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହାତମୁଠାକୁ ଟାଣ କରିବାକୁ କହିଥିଲେ ।