ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ଡ଼ା. ଚେଲ୍ଲା କୁମାର ।
ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ଡ଼ା. ଚେଲ୍ଲା କୁମାର ।
ଭୁବନେଶ୍ବର: ବାହାନଗା ଠାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସ୍ଥଳକୁ ଆଜି ଡା. ଏ ଚେଲ୍ଲା କୁମାର , ଓଡ଼ିଶାର କଂଗ୍ରେସ ପ୍ରଭାରୀ ତଥା ସାଂସଦ ପରିଦର୍ଶନ କରିଛନ୍ତି । ପ୍ରଶାସନ , ରେଳବାଇ ଏବଂ ସ୍ଥାନୀୟ ଜନତାଙ୍କ ପକ୍ଷରୁ ହେଉଥିବା ଉଦ୍ଧାର କାର୍ଯ୍ୟକୁ ଡା. ଚେଲ୍ଲା କୁମାର ଦେଖିବା ସହ ସେହି କାର୍ଯ୍ୟରେ ଅଧିକରୁ ଅଧିକ କଂଗ୍ରେସ ଦଳର କର୍ମୀ ଏବଂ କର୍ମ କର୍ତା ମାନେ ଅବିଶ୍ରାନ୍ତ କାର୍ଯ୍ୟ କରିବାକୁ କହିଥିଲେ । ରକ୍ତ ଦାନ ରେ ପୂର୍ଣ୍ଣ ଅଂଶଗ୍ରହଣ କରିବା ସହ ଆହତ ବ୍ୟକ୍ତିଙ୍କର ଚିକିତ୍ସା ରେ ସହଯୋଗ କରିବା ପାଇଁ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଙ୍କୁ କହିଛନ୍ତି ।

ଡ଼ା. ଚେଲ୍ଲା କୁମାର ଙ୍କ ନିର୍ଦ୍ଧେଶ କ୍ରମେ ଗତ କାଲି ରାତିରୁ ବାଲେଶ୍ୱର ଜିଲ୍ଲା କଂଗ୍ରେସ ଓ ବାହାନଗା ବ୍ଲକ୍ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।ଆହତ ଟ୍ରେନ୍ ଯାତ୍ରୀଙ୍କୁ ଡ଼ା. ଚେଲ୍ଲା କୁମାର ସାକ୍ଷାତ କରି ତାଙ୍କର ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ଏଥିସହ ସେ ମୃତ ଯାତ୍ରୀଙ୍କର ରଖାଯାଇଥିବା ସ୍ଥଳକୁ ପରିଦର୍ଶନ କରିଥିଲେ ।

ଡ଼ା. ଚେଲ୍ଲା କୁମାର ମୃତକଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ଆହତ ମାନଙ୍କ ପାଇଁ ଆସୁ ଆରୋଗ୍ୟ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ , ନିରଞ୍ଜନ ପଟ୍ଟନାୟକ , ଜୟଦେବ ଜେନା , ପ୍ରଶାଦ ହରିଚନ୍ଦନ ବିଧାୟକ ତାରାପ୍ରସାଦ ବାହିନୀ ପତି , ଗଣେଶ୍ୱର ବେହେରା , ବାଲେଶ୍ୱର ର କଂଗ୍ରେସ ସାଂସଦ ପାର୍ଥି ନବଜ୍ୟୋତି ପଟ୍ଟନାୟକ , ଅନନ୍ତ ସେଠି , ବିଶ୍ୱଜିତ ଦାସ , ୟାସିର ନବାଜ , ରଞ୍ଜିତ ପାତ୍ର , ସୁବ୍ରତ ମହାପାତ୍ର , ମାନସ ଆଚାର୍ଯ୍ୟ , ଚିନ୍ମୟ ସୁନ୍ଦର ଦାସ , ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।






