ହାତୀ ଆକ୍ରମଣରେ ଯୁବକ ମୃତ
ଆନନ୍ଦପୁର: ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଯୁବକ ମୃତ । ଆନନ୍ଦପୁର ଉପଖଣ୍ଡ ହଦଗଡ଼ ରେଞ୍ଜ ରାଇଘାଟି ଗାଁର ଗୁରୁବାରିଆ ନାଇକ ଗାଁର କିଛି ଲୋକଙ୍କ ସହିତ ହଦଗଡ଼ ହସ୍ତୀ ଅଭୟାରଣ୍ୟକୁ ଜାଳେଣି କାଠ ସଂଗ୍ରହ ନିମନ୍ତେ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲା ।
ହାତୀ ଗୁରୁବାରିଆକୁ ଆକ୍ରମଣ କରିବା ସହିତ ଗୋଡ଼ରେ ଦଳି ଦେଇଥିଲା । ଚିତ୍କାର ଶୁଣି ଅନ୍ୟ ଲୋକ ମାନେ ଗାଁକୁ ଫେରି ଆସି ଖବର ଦେବାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।




admin 