ଜାଲ ସାର୍ଟିଫିକେଟ ମାମଲା : ୧୫୦ ଶିକ୍ଷକ ନିଲମ୍ବିତ

ଜାଲ ସାର୍ଟିଫିକେଟ ମାମଲା : ୧୫୦ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: ସାର୍ଟିଫିକେଟ ଯାଞ୍ଚ ନକରି ଚାକରି ଦେଇଥିଲା ଗଣଶିକ୍ଷା ବିଭାଗ। ନକଲି ସାର୍ଟିଫିକେଟ ରାକେଟ କାୟା ମେଲାଇଥିବା ଓ ଏହା ଜରିଆରେ ରାଜ୍ୟରେ ଶହ ଶହ ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳିଥିବା ଦୁର୍ନୀତି ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଠିକ୍ ଏତିକି ବେଳେ ଏହାକୁ ନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ନକଲି ସାର୍ଟିଫିକେଟ କଥା ଆଜିର ନୁହେଁ। ବଲାଙ୍ଗୀର ପୋଷ୍ଟାଲରେ ବାହାରିବା ପରେ ଏ କଥା ଅଧିକ ଚର୍ଚ୍ଚା ହେଉଛି।

ଆମ ପାଖରେ ନକଲି ସାର୍ଟିଫିକେଟ୍ ଖବର କିଛି ଥିଲା, ତେଣୁ ଆମେ ଗୁରୁତ୍ୱର ସହ ନେଇ ଖୋଳତାଡ଼ କରି ପ୍ରାୟ ୧୫୦ରୁ ଅଧିକ ଜଣଙ୍କୁ ବହିଷ୍କାର କରିଛୁ ଏବଂ ଏତଲା ଦେଇଛୁ। ମୟୂରଭଞ୍ଜରେ ଅନେକ ଗିରଫ ମଧ୍ୟ ହୋଇଛନ୍ତି। ବିଇଓ ଏବଂ ଡିଇଓ ମାନଙ୍କୁ ୭ ଦିନ ଭିତରେ ନିଜ ଅଂଚଳର ନକଲି ସାର୍ଟିଫିକେଟ ଧାରୀଙ୍କ ସମ୍ପର୍କରେ ରିପୋର୍ଟ କରି କାର୍ୟ୍ୟାନୁଷ୍ଠାନ ନେବାକୁ ପାଇଁ ସାନି ନିର୍ଦ୍ଦେଶ ଦିଆଯାଇଛି। ଓଡିଶା ଓ ବାହାର ବିଶ୍ୱବିଦ୍ୟାଳୟକୁ ବି ଚିଠି କରାଯାଇଛି। ବଲାଙ୍ଗିର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ତାଙ୍କ ଉପରେ ବିଶ୍ୱାସ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।