ବର୍ଷାଦିନିଆ ରୋଗ ପାଇଁ ସାଧାରଣ ପ୍ରତିକାର

ବର୍ଷାଦିନିଆ ରୋଗ ପାଇଁ ସାଧାରଣ ପ୍ରତିକାର

ବାରମ୍ବାର ହାତ ଧୋଇ ସଫା କରନ୍ତୁ ।

ଗାଧୋଇବା ପାଇଁ ସାଧାରଣ ଆଣ୍ଟିସେପ୍ଟିକଡେଟଳ କିମ୍ବା ସାଭଲନ୍‌ ସୋପ୍‌ ବା ନିମ୍‌ ସୋପ୍‌ ର ବ୍ୟବହାର, ଫୁଟାପାଣି ପିଅନ୍ତୁ, ସଦ୍ୟ ପ୍ରସ୍ତୁତ ଘରରନ୍ଧା ଖାଆନ୍ତୁ । ମଶାରି ଲଗାଇ ଶୋଇବାର ଅଭ୍ୟାସ କରନ୍ତୁ । ପିଲାଙ୍କୁ ଖେଳିବାକୁ ବାହାରକୁ ଛାଡିଲେ, ଫୁଲ୍‌ ସାର୍ଟ ବା ଫୁଲ୍‌ ପ୍ୟାଣ୍ଟ ପିନ୍ଧାନ୍ତୁ । ବର୍ଷା ଋତୁ ଆରମ୍ଭରେ ପ୍ରତିବର୍ଷ ଫ୍ଲୁ ପାଇଁ ଟିକା ନିଅନ୍ତୁ । ଶିଶୁମାନଙ୍କୁ ହେପାଟାଇଟିସ୍‌ ଏ ଓ ଟାଇଫଏଡ ଟିକା ଦେବା ଜରୁରୀ । ଘର ଓ ଘରର ଚତୁଃପାର୍ଶ୍ୱ ପରିଷ୍କାରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ମ୍ୟାଲେରିଆ ଓ ଡେଙ୍ଗୁର କୌଣସି ନିର୍ଦ୍ଧିଷ୍ଟ ଟିକା ନାହିଁ । ଏହା ଜଲ୍‌ଦି ମାରାତ୍ମକ ରୂପ ଧାରଣ କରେ । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।