ବାର ମାସରେ ଜଗନ୍ନାଥଙ୍କର ବାର ନାମ
ବାର ମାସ ଭଳି ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ମଧ୍ୟ ବାରଟି ନାମ ରହିଛି । ସେଥିପାଇଁ, ଫାଲଗୁନରେ ହେଉଥିବା ଦୋଳଯାତ୍ରାରେ ତାଙ୍କର ନାମ ‘ଦୋଳଗୋବିନ୍ଦ’, ବୈଶାଖର ଚନ୍ଦନ ଯାତ୍ରାରେ ତାଙ୍କର ନାମ ‘ମଧୁସୂଦନ’ ଏବଂ ଆଷାଢର ରଥରେ ତାଙ୍କର ନାମ ‘ବାମନ’ । ସୂର୍ଯ୍ୟଙ୍କର ମଧ୍ୟ ଏହିପରି ଭାବରେ ବାରମାସରେ ବାରଟି ନାମ ଅଛି । ବୈଶାଖରେ ସେ ‘ଭାନୁ’, ଜ୍ୟେଷ୍ଠରେ ‘ଇନ୍ଦ୍ର’, ଆଷାଢରେ ‘ରବି’, ଶ୍ରାବଣରେ ‘ଗଭସ୍ତି’, ଭାଦ୍ରବରେ ‘ଯମ’ ଓ ଆଶ୍ୱିନରେ ‘ସ୍ୱର୍ଗରେତାଃ’ ନାମରେ ପୂଜିତ ହୁଅନ୍ତି । ସେହିପରି, କାର୍ତ୍ତିକରେ ସେ ‘ଦିବାକର’, ମାର୍ଗଶିରରେ ‘ମିତ୍ର’, ପୌଷରେ ‘ବିଷ୍ଣୁ’, ମାଘରେ ‘ଅରୁଣ’, ଫାଲଗୁନରେ ‘ସୂର୍ଯ୍ୟ’ ଓ ଚୈତ୍ରରେ ‘ବେଦାଙ୍ଗ’ ନାମରେ ପୂଜିତ ହୋଇଥାନ୍ତି । ଏହିପରି ଅନ୍ୟ ପୁରାଣରେ ଅନ୍ୟ ନାମ ମଧ୍ୟ ଅଛି । ଏହି ବାରମାସ ପରେ ଅଛି ‘ମଳ ମାସ’ । ଏହା ‘ଅଧିମାସ’ ବା ଅଧିକ ମାସ । ତେଣୁ ଏହା ତ୍ରୟୋଦଶ ମାସ । ଏହି ତ୍ରୟୋଦଶ ମାସରେ ଭଗବାନ ବିଷ୍ଣୁ ‘ପୁରୁଷୋତ୍ତମ’ ନାମରେ ପୂଜିତ ହେବା ପରି, ସୂର୍ଯ୍ୟ ମଧ୍ୟ ‘ପୁରୁଷ’ ନାମରେ ପୂଜିତ ହୋଇଥାନ୍ତି ।




admin 