K1 liveପ୍ରଯୋଜନାରେ ଗୀତ ଗାଇଲେ ଭାଲୁ ଭାଇନା

K1 liveପ୍ରଯୋଜନାରେ ଗୀତ ଗାଇଲେ ଭାଲୁ ଭାଇନା

K1 liveପ୍ରଯୋଜନାରେ ଗୀତ ଗାଇଲେ ଭାଲୁ ଭାଇନା
ଭୁବନେଶ୍ୱର – କେ ୧ ଲାଇଭ ପ୍ରଯୋଜନାରେ ପ୍ରସ୍ତୁତ ଆପଣ ମାନେ ଖୁସିତ ଗୀତ ଆଜି ଷ୍ଟୁଡିଓରେ ରେକର୍ଡ ହୋଇଯାଇଛି । ଗୀତଟି ସମାଜରେ ଘଟିଯାଉଥିବା ଘଟଣାବଳୀ ଉପରେ ଆଧାରିତ । ଆମ ସମାଜରେ ମଦଲାଗି କିଭଳି ସଂସାର ଭାଙ୍ଗି ଛାରଖାର ହୋଇଯାଉଛି ତଥାପି ମୁଖ୍ୟ ମନ୍ତ୍ରୀ ଅପଣମାନେ ଖୁସିତ ବୋଲି କହୁଛନ୍ତି ତାହାର ଛାପ ଏହି ଗୀତଟିରେ ଶୁଣିବାକୁ ମିଳିବ । ଗୀତଟି ସ୍ୱର ସଂଯୋଜନା କରିଛନ୍ତି ପ୍ରଫୁଲ ବେହେରା ଓ ଗୀତଟିକୁ ଲେଖିଛନ୍ତି ବିଭୁତି ସ୍ୱାଇଁ । ଗୀତଟିକୁ ଗାଇଛନ୍ତି କଂଗ୍ରେସର ବିଧାୟକ ତାରାପ୍ରସାଦ ବାହୀନିପତି ଓ ମୋନାଲି ମଧୁସ୍ମିତା । ଗୀତଟିକୁ ଷ୍ଟୁଡିଓରେ ଗାଇସାରିବା ପରେ ଶ୍ରୀଯୁକ୍ତ ବାହିନୀପତି ବାହାରକୁ ଆସିବା ପରେ ଏହି ଗୀତଟିକୁ ନେଇ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା । ବରିଷ୍ଠ ରାଜନୀତିଜ୍ଞ ହୋଇଥିଲେ ମଧ୍ୟ ତାଙ୍କ ମଧ୍ୟରେ ଏଭଳି ଗୀତ ବୋଲିବା କଳାଟି ରହିଛି ଯାହା ଆଗାମୀ ଦିନରେ ସାରା ଓଡିଶାବାସୀ ଗୀତଟିକୁ ଶୁଣିବା ପରେ ଅନୁଭବ କରିପାରିବେ । ସେ ପ୍ରତିକ୍ରିୟାରେ କହିଲେ ଯେ ରାଜନୀତି ବା ଜନସାଧାରଣଙ୍କ ସେବା କରିବା ଯେମିତି ଏକ କଳା ଗୀତ ବୋଲିବା ମଧ୍ୟ ସେମିତି ଏକ କଳା । ଏହି ସମାଜରେ ସଂସ୍କାର ଆଣିବା ଦିଗରେ ନିଶ୍ଚୟ କାର୍ଯ୍ୟ କରିବ । ଆଶା କରାଯାଉଛି ଗୀତଟି ବହୁତ ହୃଦୟ ସ୍ପର୍ଶୀ ହୋଇଛି ସମସ୍ତଙ୍କ ମନକୁ ଛୁଇଁବ ।