ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି: ମନମୋହନ

ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି: ମନମୋହନ

ଭୁବନେଶ୍ୱର: ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ସମସ୍ତଙ୍କ ସହଯୋଗ କାମନା କରିିବି । ବିଜେପି ରାଜ୍ୟସଭାପତିଭାବେ ନିଯୁକ୍ତି ପାଇବା ପରେ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି ଶ୍ରୀ ସାମଲ । 

ଏହାଛଡ଼ା ସେ କହିଛନ୍ତି ଯେ,ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ ଓ ଅତ୍ୟାଚାରରେ ବୁଡ଼ିଛି ।  ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ବିଜେପି ଲଢେଇ କରିବ ।  ଓଡ଼ିଶାରେ ଦୁର୍ନୀତି ଗ୍ରସ୍ତ ଶାସନ ଚାଲିଛି ।  ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ । ଲୋକଙ୍କ ଅପେକ୍ଷା ରହିଛି ବିକଳ୍ପ ସରକାର । ଆମେ ସେହି ବିକଳ୍ପ ହେବୁ ।  ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ସମସ୍ତଙ୍କ ସହଯୋଗ କାମନା କରିିବି ବୋଲି ଶ୍ରୀ ସାମଲ କହିଛନ୍ତି ।

ପ୍ରକାଶ ଯେ ରାଜ୍ୟ ବିଜେପିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ମନମୋହନ ସାମଲ ରାଜ୍ୟସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।  ମନମୋହନଙ୍କୁ ରାଜ୍ୟ ସଭାପତିଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ ।  ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ଶ୍ରୀ ସାମଲ ମନ୍ତ୍ରୀ ମଧ୍ୟ ଥିଲେ । 
 ଗତ ଧାମନଗର ନିର୍ବାଚନରେ ବିଜେପିକୁ ବାଜିମାତ କରିବାରେ ଶ୍ରୀ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା । ଆଗକୁ ୨୦୨୪ ନିର୍ବାଚନ । ଏହା ପୂର୍ବରୁ  ରାଜ୍ୟ ସଭାପତି ପଦରେ ଜଣେ ଅଭିଜ୍ଞ ନେତାଭାବେ ଶ୍ରୀ ସାମଲଙ୍କୁ ବସାଯାଇଛି । ନୂଆ ମଙ୍ଗୁଆଳଭାବେ କିଭଳି ଦଳକୁ ସୁସଙ୍ଗଠିତ କରାଯିବ ତାହା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।