5T ସଚିବଙ୍କ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ, ପୂଜାର୍ଚନା ଓ ବିକାଶ ସମ୍ପର୍କରେ ଆଲୋଚନା

5T ସଚିବଙ୍କ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ  ମନ୍ଦିର  ପରିଦର୍ଶନ,  ପୂଜାର୍ଚନା ଓ  ବିକାଶ  ସମ୍ପର୍କରେ  ଆଲୋଚନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ  ପଟନାୟକ ଙ୍କ  ନିର୍ଦ୍ଦେଶ ରେ  5T ସଚିବ  ଶ୍ରୀ ଭି  କେ  ପାଣ୍ଡିଆନ୍  ଆଜି  ଅପରାହ୍ନରେ  ବ୍ରହ୍ମପୁର  ସହର  ପ୍ରସିଦ୍ଧ  ବୁଢୀ  ଠାକୁରାଣୀଙ୍କ  ମନ୍ଦିର  ପରିଦର୍ଶନ  କରିଥିଲେ । ଆଜି  ଥିଲା  ବ୍ରହ୍ମପୁର ର  ପ୍ରସିଦ୍ଧ  ବୁଢୀ  ଠାକୁରାଣୀ  ଯାତ୍ରା ର  ଶେଷ  ଦିନ । ଏହି  ଅବସରରେ ଶ୍ରୀ ପାଣ୍ଡିଆନ୍  ମନ୍ଦିର ରେ  ମାଆଙ୍କ  ପୂଜାର୍ଚନା  କରି  ଆଶୀର୍ବାଦ  ଭିକ୍ଷା  କରିଥିଲେ ।

ପରେ  5T ସଚିବ  ମନ୍ଦିରର  ବିକାଶ  ସମ୍ପର୍କରେ  ମନ୍ଦିର  କମିଟି  ଓ  ସ୍ଥାନୀୟ  ଲୋକପ୍ରତିନିଧିଙ୍କ  ସହ  ଆଲୋଚନା  କରିଥିଲେ । ବୁଢୀ  ଠାକୁରାଣୀ  ମନ୍ଦିର  ଏକ  ପ୍ରାଚୀନ  ମନ୍ଦିର, ପ୍ରତିଦିନ  ଏଠାକୁ ଶହ ଶହ ଭକ୍ତ  ଆସିଥାନ୍ତି । ତେଣୁ  ଯାତ୍ରୀ ମାନଙ୍କ  ସୁବିଧା କୁ  ଦୃଷ୍ଟିରେ  ରଖି ସେଠାରେ  ଉପଯୁକ୍ତ  ଭିତ୍ତିଭୂମି ର  ବିକାଶ  କରିବାକୁ  ସ୍ଥିର  କରାଯାଇଥିଲା ।


ଏ  ସମ୍ପର୍କରେ   ପନ୍ଦର  ଦିନ ରେ ବିସ୍ତ୍ରୁତ  ଯୋଜନା  ପ୍ରସ୍ତୁତ  କରିବାକୁ  ଶ୍ରୀ  ପାଣ୍ଡିଆନ୍  ଜିଲ୍ଲା  ପ୍ରଶାସନ  କୁ  ପରାମର୍ଶ  ଦେଇଥିଲେ । ସାଂସଦ  ଶ୍ରୀ  ଚନ୍ଦ୍ରଶେଖର  ସାହୁ, ବିଧାୟକ  ଶ୍ରୀ  ବିକ୍ରମ  ପଣ୍ଡା, ବ୍ରହ୍ମପୁର୍ ମେୟର ରାଜ୍ୟ  ଯୋଜନା  ବୋର୍ଡ  ସଭ୍ୟ  ଶ୍ରୀ  ରମେଶ  ଚନ୍ଦ୍ର  ଚ୍ୟାଉ ପଟ୍ଟନାୟକ  ଓ  ଗଞ୍ଜାମ  ଜିଲ୍ଲାପାଳ  ପ୍ରମୁଖ ଆଲୋଚନାରେ  ଭାଗ  ନେଇଥିଲେ ।