ଯାତ୍ରୀବାହୀ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ଓ ୮ ଗୁରୁତର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଥାନା ବିଲେଇମୁଣ୍ଡାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ୮ ଗୁରୁତର ହୋଇଛନ୍ତି। ହେମଗିର ଥାନା ଅନ୍ତର୍ଗତ ବାଙ୍କିବାହାଲ ଟପରିଆ ରାସ୍ତାର ବିଲେଇମୁଣ୍ଡାଠାରେ ବିଳମ୍ବିତ ରାତିରେ ଯାତ୍ରୀବାହୀ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା ଫଳରେ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଓ ଶିଶୁ ସମେତ ୮ ଜଣ ଗୁରୁତର ଥିବାର ଜଣା ପଡିଛି। ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ଉକ୍ତ ରାସ୍ତାରେ ଟ୍ରକ ଚଳାଚଳ ବନ୍ଦ କରିଦିଆଯାଇଛି।
ମୃତକ ହେଲେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବିଲେଇବାହାଲର ପର୍ଶୁରାମ ମାଝୀ (୩୨)। ଉକ୍ତ ଯାତ୍ରୀମାନେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବିଲେଇବାହାଲରୁ ହେମଗିର ଥାନା ଅନ୍ତର୍ଗତ ପିଠନପୁରକୁ ଯାଉଥିଲେ ବୋଲି ଜଣାପଡ଼ିଛି। ସୂଚନା ପାଇ ଫାଣ୍ଡି ଅଧିକାରୀ ସୁରୁ ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।




admin 