ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା , ୧୫ ଆହତ

ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା , ୧୫ ଆହତ

ବାଲେଶ୍ବର : ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା । ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ବାଲେଶ୍ୱର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

 ବୁଧବାର  ସକାଳ ସମୟରେ ବାଲେଶ୍ୱର ତାମୁଳିଆ ଓଭରବ୍ରିଜ୍‌ ନିକଟରେ  ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି ।ଯାହାଫଳରେ ଉଭୟ ଗାଡିରେ ଉପସ୍ଥିତ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।