ଦୁଇ ଶିଶୁ କନ୍ୟା ବିକ୍ରି ହେଉଥିବା ବେଳେ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ  

ଦୁଇ ଶିଶୁ କନ୍ୟା ବିକ୍ରି ହେଉଥିବା ବେଳେ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ   

ଦୁଇ ଶିଶୁ କନ୍ୟା କୁ ୫୦ହଜାର ଟଙ୍କା ରେ ବିକ୍ରି କରୁଥିବା ବେଳେ ଜନୈକା ମହିଳାକୁ କାବୁ କଲା ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ । ପିପିଲି ମଙ୍ଗଳପୁର ନିକଟ  ମଧୁବନ ଠାରେ ଦୁଇ ଶିଶୁ କନ୍ୟା କୁ ଜନୈକା ମହିଳା ବିକ୍ରି ପାଇଁ ଡିଲ୍ କରୁଥିବା ସମୟରେ ପୁରୀ ଚାଇଲ୍ଡ ହେଲ୍ପଲାଇନ ନମ୍ୱର କୁ ଫୋନ୍ ସ୍ଥାନୀୟ ଲୋକମାନେ ଖବର ଦେଇଥିଲେ।  ଖବର ପାଇ ଚାଇଲ୍ଡ ହେଲ୍ପଲାଇନ ସଦସ୍ୟ, ରୁଚିକା ସମାଜ ମଙ୍ଗଳ ସଂଗଠନ ସଦସ୍ୟ ଓ ପିପିଲି ପୋଲିସ ର ମିଳିତ ଉଦ୍ୟମରେ ଉକ୍ତ ମହିଳା କୁ କାବୁ କାବୁ କରିଥିବା ବେଳେ ଦୁଇ ଶିଶୁ କନ୍ୟା ଙ୍କୁ ଉଦ୍ଧାର କରାଯାଇଛି। ପରେ ଉକ୍ତ ମହିଳା କୁ  ପିପିଲି ଥାନା ରେ ଅଟକ ରଖିଯାଇ ପଚରାଉଚରା ଜାରି ରଖିଛି ପୋଲିସ୍ । ଘଟଣା ସ୍ଥଳରେ ସ୍ଥାନୀୟ ଅଙ୍ଗନ ବାଡ଼ି  ଓ ଆଶା କର୍ମୀ ମାନେ ପହଞ୍ଚି  ଶିଶୁ କନ୍ୟା ଦୁଇଙ୍କ ସମ୍ପର୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ପାଇଁ ଉକ୍ତ ମହିଳା କୁ ପଚରାଉଚରା କରିଥିବା ବେଳେ ମହିଳା ଜଣକ ଏହି ଦୁଇ ପିଲାଙ୍କର କୌଣସି ସମ୍ପର୍କୀୟ ହୋଇ ନଥିବା ଜାଣିବାକୁ ପାଇଲେ ।  ଦୁଇ ଶିଶୁ କନ୍ୟା ମଧ୍ୟରୁ ଜଣେ ଦେଢ଼ ବର୍ଷ ଓ ଅନ୍ୟ ଜଣେ ତିନି ରୁ ଚାରି ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଜନୈକ ମହିଳା ଏହି ଦୁଇ ଜଣ ଶିଶୁ କନ୍ୟା କୁ ଡେଲାଙ୍ଗରୁ ପାଇଥିବା ସ୍ବିକାର କରିଥିଲେ । ତେବେ ଏହି ଶିଶୁ କନ୍ୟା କୁ ସେ ମହିଳା ଜଣକ ପାଇଛି ନା ପିଲା ଚୋରି କରିଛି ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି  । ସେପଟେ ଉକ୍ତ ମହିଳା ଜଣକ ନିଶାଶକ୍ତ ଥିବାରୁ ପୋଲିସ ତଦନ୍ତ ରେ ବାଧା ଉପୁଜିଥିବା ବେଳେ  ଶିଶୁ କନ୍ୟା ଦୁଇର  ପରିଚୟ ଖୋଜିବା ପୋଲିସକୁ  ବଡ଼ ଚ୍ୟାଲେଞ୍ଜ ସୃଷ୍ଟି  ବୋଲି ପୋଲିସ ପ୍ରକାଶ କରିଛି । ସେପଟେ ପୋଲିସ ର ହସ୍ତକ୍ଷେପ ପରେ ଶିଶୁ କନ୍ୟା ଦ୍ବୟଙ୍କୁ  ଥଇଥାନ ନିମନ୍ତେ ପୁରୀ ଶିଶୁ ମଙ୍ଗଳ କେନ୍ଦ୍ରକୁ ପଠାଇଥିବା ଚାଇଲ୍ଡ ହେଲ୍ପ ଲାଇନର ପ୍ରୋଜେକ୍ଟ ସଂଯୋଜକ ଦେବାଶିଷ ଜେନା ଓ  ରୁଚିକା ସମାଜ ମଙ୍ଗଳ ସଂଗଠନର ସମାଜସେବୀ ପ୍ରୀତି ପ୍ରଜ୍ଞା ସ୍ୱାଇଁ କହିଛନ୍ତି l