କଳା ପୋଷାକ ପିନ୍ଧି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

କଳା ପୋଷାକ ପିନ୍ଧି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର:  ଚାଲିପାରିଲାନି ପ୍ରଶ୍ନକାଳ । ସୋମବାର ବିଧାନସଭା ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଛି ।  ରାହୁଲ ଗାନ୍ଧୀଙ୍କ ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସର ପ୍ରତିବାଦ । ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ । ଗୃହ ଭିତରେ କଂଗ୍ରେସ ବିଧାୟକଙ୍କ ନାରାବାଜି ଓ ହୋ-ହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇ କଲେ ପ୍ରତିବାଦ । ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୃହ କାର୍ୟ୍ୟରେ ସହଯୋଗ କରିବାକୁ ବାଚସ୍ପତି କହିଥିଲେ ମଧ୍ୟ ଏହାକୁ ଶୁଣିନଥିଲେ କଂଗ୍ରେସ ବିଧାୟକ । ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି ସମ୍ବୋଧନ କରି ହୋହାଲ୍ଲା କରିଥିଲେ । ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।