ଉଦ୍ଧାର ହେଲା ନିଖୋଜ ଯବାନଙ୍କ ମୃତ ଦେହ

ଉଦ୍ଧାର ହେଲା ନିଖୋଜ ଯବାନଙ୍କ ମୃତ ଦେହ

ଜଗତସିଂହପୁର: ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମର ଯବାନ ସୂର୍ୟ୍ୟକାନ୍ତ କୁଆଁର ୧୭ ତାରିଖରୁ ନିଖୋଜ ରହିଥିଲେ । ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକଟି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ବାଇକ ପୋଲିସ ଜବତ କରିଥିଲା । ଗତକାଲି ଡ୍ରୋନ କ୍ୟାମେରା ସାହାଯ୍ୟରେ ବହୁ ଖୋଜା ଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳି ନଥିଲା । ଆଜି ଯାଜପୁର ଝଚ ଙ୍କ ନିର୍ଦେଶ କ୍ରମେ ଝଊଚଙ ଙ୍କ ଅଦକ୍ଷତାରେ ପୋଲିସର ତିନୋଟି ଟିମ, ବନ ବିଭାଗ କର୍ମଚାରୀ ପାହାଡ଼ ଉପରେକୁ ଚଢି ଖୋଜା ଖୋଜି କରିଥିଲେ । ଶେଷରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚିବା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଯିବ । ତେବେ କେଉଁ କାରଣରୁ ଯବାନ ଜଣକ ନିକଞ୍ଚ ଜଙ୍ଗଲ ଭିତରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।